ସୁପ୍ରିକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ପୁଅ ମାନେ ବି ନିଜ ପିତାଙ୍କ ସମ୍ପତ୍ତିରୁ ହୋଇ ପାରନ୍ତି ବଞ୍ଚିତ, ଜାଣନ୍ତୁ ପୁରା ଖବର

 
Bapa pua
ଏଣିକି ପୁଅଙ୍କୁ ମିଳିବ ନାହିଁ ବାପାଙ୍କ ସମ୍ପତ୍ତିରେ ଭାଗ । ପୁଅ ମାନେ ମନ ଇଛା ବାପାଙ୍କ ସମ୍ପତ୍ତିର ଆଉ କରି ପାରିବେ ନାହିଁ କାରବାର । ଏ ନେଇ ନୂଆ ନିୟମ ଲାଗୁ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ ବାପାଙ୍କ ଅର୍ଜିତ ଧନରେ ପୁଅ ମାନେ ଏଣ୍ଣିକି ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ନାହିଁ ।

ର

ଚାଲନ୍ତୁ ବିସ୍ତାରରେ ଜାଣିବା ଏହି ନୂଆ ଆଇନ୍ ବିଷୟରେ । ସୁପ୍ରିମକୋର୍ଟ ଏକ ବାପ ପୁଅ କେଶ୍ ର ଶୁଣାଣି ବେଳେ ଏପରି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଜଣେ ବ୍ୟକ୍ତି ପାଖରେ ଜନ୍ମରୁ ଦୁଇ ପ୍ରକାରର ଧନ ରହିଥାଏ ।

ଗୋଟିଏ ପୈତୃକ ଓ ଅନ୍ୟଟି ନିଜ ପିତାଙ୍କ ଦ୍ୱାରା ଉପାର୍ଜିତ ସମ୍ପତ୍ତି । ତେବେ ବର୍ତ୍ତମାନ ସୁପ୍ରିମ କୋର୍ଟ ଏହି ନୂଆ ଆଇନ୍ ରେ କହିଛନ୍ତି ଯେ ପିତାଙ୍କ ଦ୍ୱାରା ଅର୍ଜିତ ନିଜସ୍ଵ ଧନରେ ପୁତ୍ରର କୌଣସି ଆଇନ୍ ଗତ ଅଧିକାର ନାହିଁ । 

ଅନେକ ସମୟରେ ଏହି ଧନ ପାଇଁ ପିତା ଓ ପୁତ୍ର ମଧ୍ୟରେ ମହାଭାରତ ଦେଖିବାକୁ ମିଳେ । କେଉଁଠି ଧନ ପାଇବା ଆଶାରେ ପିତାକୁ ହତ୍ୟା କରେ ପୁଅ ତ କେଉଁଠି ଠିକ୍ ଧନ ପାଇବା ପରେ ହିଁ ଅଧା ରାସ୍ତାରେ ବୃଦ୍ଧ ପିତା ମାତାଙ୍କ ହାତ ଛାଡିଦିଏ ପୁଅ । ଏପରି ଉଦାହରଣର କମି ନାହିଁ ଭାରତରେ । ଯେଉଁଠାରେ ପୁଅ ମାନେ ନିଜର ବାପାଙ୍କ ରୋଜଗାରକୁ ନିଜର ରୋଜଗାର ବୋଲି କହିଥାନ୍ତି। 

Bapa pua

ମିତ୍ରାକ୍ଷର ଆଇନ୍ ଅନୁସାରେ ଏଣିକି ପିତାଙ୍କ ନିଜସ୍ଵ ଅର୍ଜିତ ସମ୍ପତ୍ତିକୁ ଆଇନ୍ ଗତ ଭାବେ ହାସଲ କରି ପାରିବେ ନାହିଁ ପୁଅ । ବାପା ନିଜ ଇଛା ଅନୁସାରେ ଏହି ସମ୍ପତ୍ତିକୁ ଯାହାକୁ ବି ଦେଇ ପାରିବେ । ଯେଉଁଥି ପାଇଁ ବାପାଙ୍କ ନାଁରେ କୌଣସି ଅଭିଯୋଗ କରି ପାରିବେ ନାହିଁ ପୁଅ ।