୯ମାସ ମହାକାଶରେ ଫସିବା ପରେ ଫେରୁଛନ୍ତି ସୁନୀତା, ଆସୁଆସୁ ପାଇବେ ଏତେ ଟଙ୍କା, ଜାଣନ୍ତୁ କେତେ
ଦୀର୍ଘ ୯ ମାସ ମହାକାଶରେ ରହିବା ପରେ ପୃଥିବୀକୁ ଫେରୁଛନ୍ତି ଭାରତୀୟ ମୂଳ ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ଓ୍ବିଲିୟମ୍ସ । ତାଙ୍କ ସହ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି । ଏଲେନ ମସ୍କଙ୍କ ସ୍ପେସ ଏକ୍ସ କମ୍ପାନୀର ସ୍ପେସ କ୍ରାଫ୍ଟ ଡ୍ରାଗନରେ ଫେରୁଛନ୍ତି ସୁନୀତା । ବୁଧବାର ଭାରତୀୟ ସମୟ ଭୋର ସାଢ଼େ ତିନିଟାରେ ଲାଣ୍ଡ କରିବେ । ତେବେ ସୁନିତା ଏବଂ ତାଙ୍କ ସାଥୀଙ୍କ ଫେରିବା ଏତେ ସହଜ ନୁହେଁ ।
ବୁଧବାର ଅର୍ଥାତ୍ ୧୯ ତାରିଖ ପୃଥିବୀପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମସ । ଏନେଇ ସ୍ପଷ୍ଟ କରିଛି ନାସା । ତେବେ ISSରେ ୯ମାସ ବିତାଇବା ପରେ, ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଏହି ଲମ୍ବା ମିଶନ ପାଇଁ NASA ସେମାନଙ୍କୁ କେତେ ଟଙ୍କା ଦରମା ଦେବ ? ଦରମା ସହିତ ଅନ୍ୟ କିଛି ସହଯୋଗ କରିବ କି ?
ନାସାର ମହାକାଶଚାରୀମାନେ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପାଇଁ କୌଣସି ଓଭରଟାଇମ୍ ଦରମା ନାହିଁ। ତାଙ୍କର ଦରମା GS-15 ପେ ଗ୍ରେଡ୍ ଅଧୀନରେ ଆସେ। ଯାହା ଆମେରିକାର ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ଦିଆଯାଏ । ସୁନୀତା ୱିଲିୟମ୍ସ ତାଙ୍କର ୯ମାସର ଦୀର୍ଘ ମିଶନ ପାଇଁ ପ୍ରାୟ ୮୧ ଲକ୍ଷ ଟଙ୍କାରୁ ୧.୦୫କୋଟି ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ। କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ମହାକାଶରେ ରହିବା ବଦଳରେ ସେମାନେ କିଛି ବଡ଼ ବୋନସ ପାଇବେ, ତେବେ ଏହା ଭାବିବାର ଧାରଣା ଭୁଲ ।
ନାସା ମହାକାଶଚାରୀମାନଙ୍କୁ ମାତ୍ର $୪, ଅର୍ଥାତ୍ ପ୍ରାୟ ୩୪୭ଟଙ୍କା ପ୍ରତିଦିନ ଭତ୍ତା ଦିଏ। ଏହାର ଅର୍ଥ ହେଉଛି, ସମଗ୍ର ୨୮୭ ଦିନର ମିଶନରେ, ସେ ଅତିରିକ୍ତ ଦେୟ ଭାବରେ ମୋଟ ମାତ୍ର $୧,୧୪୮ (ପ୍ରାୟ ₹୧ ଲକ୍ଷ) ପାଇବେ। ଏହା ଜାଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏତେ ମାସ ଧରି ମହାକାଶରେ ରହିବା ଏବଂ ବିପଦ ନେବା ସତ୍ତ୍ୱେ, ସେମାନେ ଏତେ କମ ପରିମାଣର ଭତ୍ତା ପାଉଛନ୍ତି ।