ଭଉଣୀ ବାହାଘରରେ ସ୍ୱାମୀ ଦେବାକୁ ଚାହୁଁଥିଲା ସୁନା‌ ମୁଦି ଓ ଟିଭି, ହେଲେ ମନା କରୁଥିଲା ସ୍ତ୍ରୀ, ରାଗିଯାଇ ନେଇଗଲା ସ୍ୱାମୀର ଜୀବନ, ଜାଣନ୍ତୁ ପୁରା ଘଟଣା

 
Mudi

ଭଉଣୀକୁ ଯୌତୁକରେ ଟିଭି ଓ ସୁନା ମୁଦି ଦେବା ପାଇଁ ଭାଇ କହିବାରୁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ ! ଆଜ୍ଞା ହଁ , ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରବାଙ୍କିରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚନ୍ଦ୍ର ପ୍ରକାଶ ମିଶ୍ର । ସୂଚନା ଅନୁସାରେ , ଚନ୍ଦ୍ରଙ୍କ ଭଉଣୀର ବିବାହ ଏପ୍ରିଲ ୨୬ ତାରିଖରେ ଥିଲା । ଭଉଣୀର ବିବାହ ନିମନ୍ତେ ଭଉଣୀକୁ ସୁନା ମୁଦି ଏବଂ ଟିଭି ଦେବା ପାଇଁ ଭାବିଥିଲେ ଭାଇ ।

Swami

ଏ ନେଇ ଚନ୍ଦ୍ର ନିଜ ସ୍ତ୍ରୀ ଛବିଙ୍କୁ ଜଣାଇଥିଲେ । ଯାହା ପରେ ଛବି ରାଗିଯାଇ ମନା କରି ଦେଇଥିଲେ । ଚନ୍ଦ୍ର ନ ବୁଝିବାରୁ ଛବି ଏ ନେଇ ନିଜ ଭାଇକୁ ଜଣାଇଥିଲେ ।

ଭାଇ ଭଉଣୀ ଦୁହେଁ ମିଶି ଚନ୍ଦ୍ରଙ୍କୁ ବୁଦ୍ଧି ଶିଖାଇବା ପାଇଁ ବହୁ ମାଡ଼ ମାରିଥିଲେ । ଯାହା ପରେ ଅଚେତ ହୋଇ ଯାଇଥିଲେ ଚନ୍ଦ୍ର ଏବଂ ଦୁହେଁ ନେଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଯାହା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।