ସାରା ବିଶ୍ୱ ପାଇଁ ମାଡ଼ି ଆସୁଛି ମହାବିପତ୍ତି!! ଅନ୍ଧକାରରେ ଲୀନ ହୋଇଯିବ ସାରା ପୃଥିବୀ, ଜାଣନ୍ତୁ ପୂରା ଖବର

 
Sun death

ସାରା ବିଶ୍ୱ ପାଇଁ ମାଡ଼ି ଆସୁଛି ମହା ବିପତ୍ତି। ଗୋଟିଏ ପଟେ ପୃଥିବୀ ଗ୍ଲୋବାଲ ୱାର୍ମିଙ୍ଗ ଏବଂ ପ୍ରଧୂସନ ପରି ସମସ୍ୟା ଗୁଡିକ ସହିତ ଲଢ଼ୁଥିବା ବେଳେ ଆଉ କିଛି ବର୍ଷ ପରେ ଏହା ନିଜର ଶକ୍ତିର ଉତ୍ସକୁ ହରାଇବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ସୂର୍ଯ୍ୟ ଆମ ପାଇଁ ଏକ ମାତ୍ର ଅକ୍ଷୟ ଶକ୍ତିର ଉତ୍ସ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ, ଆଗାମୀ କିଛି ବିଲିୟନ ବର୍ଷ ପରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଥଣ୍ଡା ହୋଇଯିବେ ବୋଲି ଅନୁମାନ କରାଯାଉଛି।

Sun

ଯଦି ସତରେ ଏପରି ହୁଏ ତେବେ ସୂର୍ଯ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବା ସହ ନିଜର ଆଲୋକ ଏବଂ ଉତ୍ତାପକୁ ହରାଇ ବସିବେ। ଅପରପକ୍ଷରେ ପୃଥିବୀରେ ଜୀବନର ସତ୍ତା ବଞ୍ଚିରହିବାକୁ ହେଲେ ସୂର୍ଯ୍ୟଙ୍କର ଏହି ଆଲୋକ ନିତ୍ୟନ୍ତ ଜରୁରୀ ଅଟେ। ସୂର୍ଯ୍ୟାଲୋକ ବିନା ବୃକ୍ଷ ଲତା ନିଜର ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ ଏବଂ ସାରା ପୃଥିବୀ ବିନାଶ ଆଡକୁ ଅଗ୍ରସର ହେବ।

Sun death

ହାର୍ଭାର୍ଡ କଲେଜ ଅବଜରଭେଟୋରୀ, ସ୍ମିଥ୍‌ସୋନିଆନ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ତଥା ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ସୂର୍ଯ୍ୟଙ୍କର ଆସନ୍ତା ୫ ବିଲିୟନ ବର୍ଷରେ ଆୟୁ ପୂରଣ ହୋଇଯିବ। ୧୯୩୦ ବର୍ଷ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ହିଁ ସୂର୍ଯ୍ୟଙ୍କର ଶକ୍ତିର ଉତ୍ସ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ଏବେ ପରମାଣୁ ପ୍ରକ୍ରିୟା ହିଁ ତାଙ୍କର ଶକ୍ତିର ଉତ୍ସ ବୋଲି ବିଶ୍ୱାସ କରାଯାଇଥାଏ। ଏପର୍ଯ୍ୟନ୍ତ ସୁଦ୍ଧା ସୂର୍ଯ୍ୟଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାନଥିଲେ ହେଁ ୫ ବିଲିୟନ ବର୍ଷ ପରେ ଏହା ଥଣ୍ଡା ହୋଇଯିବ ବୋଲି ବିଶ୍ୱାସ କରାଯାଉଛି।