ହଠାତ୍ ନିର୍ଜୀବ ହୋଇଗଲେ ସମସ୍ତ ଯାତ୍ରୀ ଓ ପାଇଲଟ୍‌, ତଥାପି ଆକାଶରେ ଉଡୁଥିଲା ବିମାନ, ଜାଣନ୍ତୁ କେମିତି

 
Plane

ପ୍ରକୃତରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହିଁ ଏହା ଭିତରେ ଥିବା ସମସ୍ତ ଯାତ୍ରୀ ଏବଂ ଟ୍ରିୟୁମେମ୍ବରଙ୍କ ମୃତ୍ୟୁ ହେଇସାରିଥିଲା। ପାଇଲଟ୍ ଆନ୍ଡ୍ରୋସ୍ ହିଁ ଅନେକ ସମୟ ଧରି ସେହି ବିମାନକୁ ନିୟନ୍ତ୍ରଣ କରୁଥିଲେ। କାରଣ ସଭା ଶେଷରେ ତାଙ୍କର ହିଁ ସ୍ୱର୍ ଏଟିସିଙ୍କୁ  ଶୁଣିବାକୁ ମିଳିଥିଲା। ଆନ୍ଡ୍ରୋସ୍ ପ୍ରାୟ ପାଖାପାଖି ୫ ଥର "ମେ ଦେ ମେ ଦେ" କହି ସାହାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ। ଆନ୍ଡ୍ରୋସ୍ ପଡ୍ରୋମ ଙ୍କ ପାଖରେ ୟୁକେ କମର୍ସିଆଲ ଫାଲାଇଟର ଲାଇସେନ୍ସ ନଥିଲା। କିନ୍ତୁ ତାଙ୍କ ପାଖରେ ଏତେ ଅଭିଜ୍ଞତା ନଥିଲା ଯେ ସେ ବୋୟିଂ ୭୩୭ ବିମାନକୁ ନିୟନ୍ତ୍ରଣ କରିପାରିବେ। ହେଲେ ଏହା ସତ୍ତ୍ଵେ ବି ସେ ବିମାନଟିକୁ ଜନବହୁଳ ଅଞ୍ଚଳ ଉପରୁ ଦୂରକୁ ଶୁନଶାନ୍ ପାହାଡିଆ ଅଞ୍ଚଳକୁ ନେଇଯିବାରେ ସକ୍ଷମ ହେଇପାରିଥିଲେ। 

ତେବେ ଏହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହେବା ପରେ ଜଣାପଡ଼ିଥିଲା ଯେତେବେଳେ ବିମାନଟି ବାମ ପଟକୁ ଢଳି ପଡ଼ିଥିଲା ସେତେବେଳେ ବାମପଟ ଇଞ୍ଜିନରେ ଇନ୍ଧନ ଶେଷ ହେଇଯାଇଥିଲା। ଜଣେ ତଦନ୍ତକାରୀ ଅଧିକାରୀଙ୍କ ନଜର କଣ୍ଟ୍ରୋଲ ପ୍ୟାନେଲର ଏକ ବଟନ ଉପରେ ପଡିଥିଲା। ସେହି ବଟନଟି ଥିଲା ବିମାନର ଚାପ୍ ବା ପ୍ରେସରକୁ କଣ୍ଟ୍ରୋଲ କରିବା। ପ୍ରକୃତରେ ସେହି ବଟନ୍ ପୁରା ବିମାନରେ ବାୟୁ ଚାପକୁ ନିୟନ୍ତ୍ରଣ କରିଥାଏ। ସାଧାରଣତଃ ସେହି ପ୍ରେସରାଇଜ ବଟନକୁ ଅଟୋମେଟିକ ମୁଡରେ ହିଁ ରଖାଯାଇଥାଏ। 

Plane

ତେବେ ଦୁର୍ଘଟଣା ପଛରେ ମୁଖ୍ୟ କାରଣଟି ହେଉଛି ଯେ, ଦିନକୁ ପୂର୍ବରୁ ଯେତେବେଳେ ବୋୟିଂ ୭୩୭ ବିମାନ ହିଲିଅସ ୫୨୨ ରୁଟିନ ସର୍ଭିସ୍ ପାଇଁ ଯାଇଥିଲା ସେତେବେଳେ ଏହାକୁ ଭଲ ଭାବେ ଏହାକୁ ଯାଞ୍ଚ କରାଯାଇଥିଲା। ଏବଂ ଯାଞ୍ଚ କର୍ମଚାରୀ ମାନେ ସେଠାରେ ସେହି ପ୍ରେସରାଇଜ ବଟନକୁ ମାନୁଆଲ ମୋଡରେ କରି ପାଇଲଟକୁ ହସ୍ତାନ୍ତର କରିଦେଇଥିଲେ। ତେବେ ବିମାନର ଉଡାଣ ପୂର୍ବରୁ ପାଇଲଟ ଓ କୋପାଇଲଟକୁ ଏହି ଦିଗ ପ୍ରତି ବିଲକୁଲ ଧ୍ୟାନ ହିଁ ନଥିଲା ଯେ ମାଲୁଆଲ ମୋଡ଼ ଚାଲୁ ରହିଛି ବୋଲି। 

ଯେଉଁଥିପାଇଁ ବିମାନରେ ଧିରେ ଧିରେ ଅମ୍ଳଜାନର ମାତ୍ର କମିବାରେ ଲାଗିଥିଲା। ବିମାନ ଭିତରେ ତ ସବୁ ଯାତ୍ରୀଙ୍କୁ ଅକ୍ସିଯେନ୍ ମାକ୍ସ ମିଲିଯାଇଥିଲା। କିନ୍ତୁ କଟପିଟରେ ଅକ୍ସିଯେନ୍ ମାକ୍ସ ଆପେ ଆପେ ମୁଁହ ପାଖକୁ ଆସେ ନାହିଁ। ତେଣୁ ପାଇଲଟ୍ ଓ ସହ ପାଇଲଟ୍ ଦୁଇଜଣ ଯାକ ବେହୋସ୍ ହେଇପଡିଥିଲେ। ଏହାପରେ ବିମାନରେ ଥିବା ଯାତ୍ରୀ ଓ କ୍ରୀୟୁ ମେମ୍ୱର ମାନେ ବି ଧିରେ ଧୀରେ ବେହୋସ୍ ହେବାରେ ଲାଗିଥିଲେ। କାରଣ ସେମାନଙ୍କ ସିଟ ଉପରେ ଲାଗିଥିବା ଅକ୍ସିଯେନ ମାକ୍ସ କେବଳ ୧୨ ମିନିଟ ପର୍ଯ୍ୟନ୍ତ ଅମ୍ଳଜାନ ଦେଇପାରିବ। ଆଉ ଅମ୍ଳଜାନ ସରିଯିବାରୁ ସମସ୍ତଙ୍କ ନିଃଶ୍ୱାସ ଧିରେ ଧିରେ ବନ୍ଦ ହେବାକୁ ଲାଗିଥିଲା। 

ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ବିମାନ ଭିତରେ ସମସ୍ତଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲ କେବଳ ଜଣଙ୍କୁ ଛାଡି ଆଉ ସେହି ବ୍ୟକ୍ତି ଜଣଙ୍କ ହେଲେ ଫ୍ଲାଇଟ୍ ଆଟେନାଣ୍ଡ ଆନ୍ଡ୍ରୋସ୍।  ଆନ୍ଡ୍ରୋସ୍ ଜଣେ ସ୍କୁବା ଡ୍ରାଇଭର ଥିଲେ। ଯେହେତୁ ସ୍କୁବା ଡ୍ରାଇଭର ମାନେ ଅଧିକ ସମୟ ଯାଏଁ ନିଜର ନିଃଶ୍ୱାସ ପ୍ରଶ୍ୱାସ ଅଟକାଇ ପାରନ୍ତି ସେଥିପାଇଁ ସେ ବହୁତ୍ ସମୟ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ। ହେଲେ ଅକ୍ସିଯେନ୍ ଅଭାବରୁ ତାଙ୍କ ଅବସ୍ଥା ମଧ୍ୟ ଖରାପ ହେଇଯାଇଥିଲା। ଆନ୍ଡ୍ରୋସ୍ ଶେଷ ପର୍ଯ୍ୟନ୍ତ ବିମାନକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଏଥିରେ ସଫଳ ହେଇପାରିନଥିଲେ। ଆଉ ଶେଷରେ ବିମାନଟି ପାହାଡ଼ରେ ପଟି ହେଇଯାଇଥିଲା।