ମୁସଲିମ ଛାତ୍ରଙ୍କ ହିଜାବକୁ ବିରୋଧ କରି କମଳା ରଙ୍ଗର ଗାମୁଛା ପିନ୍ଧି କଲେଜ ଆସିଲେ ଅନ୍ୟ ଛାତ୍ର, ଆଉ ତାପରେ...

 
Hijab

ହିଜାବ୍ ପିନ୍ଧି କଲେଜକୁ ଆସୁଥିଲେ ମୁସଲିମ ଛାତ୍ରୀ, ଏହାକୁ ଅଜବ ଉପାୟରେ ବିରୋଧ କରିଛନ୍ତି ହିନ୍ଦୁ ଛାତ୍ରଛାତ୍ରୀ। ପ୍ରକୃତରେ କର୍ଣ୍ଣାଟକର କୋପା ନାମକ ସ୍ଥାନର ଥିବା ଏକ ସରକାରୀ ମହାବିଦ୍ୟାଳୟରେ ଛାତ୍ରମାନେ ବେକରେ କମଳା ରଙ୍ଗର ଗାମୁଛା(ସ୍କାର୍ଫ) ଗୁଡାଇ ହୋଇ କଲେଜ ଆସୁଛନ୍ତି। ଏହା କୌଣସି ପ୍ରକାର ଷ୍ଟାଇଲ କିମ୍ବା ଟ୍ରେଣ୍ଡ ପାଇଁ ନୁହେଁ ବରଂ ଏହି କଲେଜର ମୁସଲିମ ଛାତ୍ରୀମାନେ ହିଜାବ୍ ପିନ୍ଧି ଆସୁଥିବାରୁ ଏହାକୁ ଏଭଳି ଭାବରେ ବିରୋଧ କରିଛନ୍ତି ହିନ୍ଦୁ ଛାତ୍ର ଦଳ।

Hijab

ମିଳିଥିବା ସୂଚନା ଅନୁଯାଇ ୩ ବର୍ଷ ପୂର୍ବରୁ ମୁସଲମାନ ଛାତ୍ରୀମାନେ ହିଜାବ୍ ପିନ୍ଧି ଆସିବା ହେତୁ ଏହି ମହାବିଦ୍ୟାଳୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରଠାରୁ କେହି କଲେଜକୁ ହିଜାବ୍ ପିନ୍ଧି ଅସୁନଥିଲେ। କିନ୍ତୁ ଗତ କିଛି ଦିନ ତଳେ ମୁସଲମାନ ଛାତ୍ରୀମାନେ ପୁଣି ଥରେ ହିଜାବ୍ ପିନ୍ଧି ଆସିବାରୁ ଏହାକୁ ହିନ୍ଦୁ ଛାତ୍ରମାନେ ବିରୋଧ କରିଥିଲେ। ସେମାନେ ସେବେଠାରୁ ବେକରେ ଏକ କମଳା ରଙ୍ଗର ସ୍କାର୍ଫ ପିନ୍ଧି ଆସୁଛନ୍ତି।

Orange scarf

 ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୧୦ ଜାନୁୟାରୀ ପର୍ଯନ୍ତ ସମସ୍ତ ଛାତ୍ରଙ୍କୁ ନିଜ ଇଛ୍ଛା ଅନୁସାରେ ପୋଷାକ ପିନ୍ଧି ଆସିବାକୁ କହିଥିଲେ। କିନ୍ତୁ, ଛାତ୍ରମାନେ ଏହାର ଅବମାନନା କରିଥିଲେ। ଏଥିନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚରା ଯାଇଥିବା ବେଳେ ଅଭିଭାବକ ସମ୍ମିଳନୀ ପରେ ଛାତ୍ରମାନେ କଣ ପିନ୍ଧିକି ମହାବିଦ୍ୟାଳୟ ଆସିବେ ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ମୂର୍ତ୍ତି କହିଛନ୍ତି।