ଏହି ସ୍ଥାନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ ବଣ୍ଟାଯିବ କଣ୍ଡୋମ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Condom

ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାମାନଙ୍କୁ ମାଗଣାରେ ବଣ୍ଟାଯିବ କଣ୍ଡୋମ। କଥାଟି ଶୁଣିବାକୁ ବିଚିତ୍ର ଲାଗୁଥିଲେ ମଧ୍ୟ ଏହିପରି ଏକ ନିୟମ ଆମେରିକାର ଚିକାଗୋ ସହରରେ ପ୍ରଣୟନ କରାଯାଇଛି ଯାହାକୁ ନେଇ ଆଲୋଚନା ଜୋର୍ ଧରିଛି।

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାପରେ ଅଧିକାଂଶ ଲୋକେ ଏହାକୁ ବିରୋଧ କରୁଛନ୍ତି। ଆସନ୍ତା ମାସ ଠାରୁ ଲାଗୁ ହେବାକୁ ଥିବା ଏହି ନିୟମ ଅନୁଯାୟୀ ଚିକାଗୋ ସହରରେ ପଞ୍ଚମ କିମ୍ବା ତାଦୁର୍ଦ୍ଧ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ବିଦ୍ୟାଳୟରେ ମାଗଣା କଣ୍ଡୋମ ବଣ୍ଟାଯିବ। ମାତ୍ର ୧୦ ବର୍ଷ ବୟସରୁ ପିଲାଙ୍କୁ କଣ୍ଡୋମ ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନେଇଛି ଚିକାଗୋ ପବ୍ଲିକ୍ ସ୍କୁଲ୍ ଶିକ୍ଷା ବୋର୍ଡ। ବୋର୍ଡ ପକ୍ଷରୁ ଯୁକ୍ତି କରାଯାଉଛି ଯେ ଏହା ପିଲାମାନଙ୍କୁ ଯୌନ ସଂକ୍ରମଣ, ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣରୁ ଦୂରେଇ ରଖିବ।

ଅନ୍ୟପକ୍ଷରେ ଏହାକୁ ନେଇ ସୋସିଆଲ ମିଡିଆରେ ଓ କିଛି ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷା ବୋର୍ଡ଼ର ଏହି ନିଷ୍ପତ୍ତି ଲଜ୍ଜାଜନକ ଏବଂ ଏହା ଏକ ଅସୁସ୍ଥ ମାନସିକତାର ପରିଚୟ ବୋଲି ସେମାନେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ନିୟମ ଡିସେମ୍ବର ୨୦୨୦ ରୁ କାର୍ଯ୍ୟକାରୀ ହେବାର ଥିଲା କିନ୍ତୁ କରୋନା ସଂକ୍ରମଣ ହେତୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାରୁ ଏହା ଆସନ୍ତା ମାସରେ ସ୍କୁଲ ଖୋଲିବା ସହ ପ୍ରଣୟନ କରାଯିବ ବୋଲି କୁହାଯାଇଛି।