ବିଧାୟକଙ୍କ ବିବାଦୀୟ ବୟାନ, କହିଲେ- ମା ସରସ୍ବତୀ ଜଣେ ଚରିତ୍ରହୀନା ତାଙ୍କୁ ପୂଜା କରନି, ସେ ହେଉଛନ୍ତି...

 
Rjd bidhayak

ମାଆ ସରସ୍ୱତୀଙ୍କୁ ଚରିତ୍ର ହୀନାର ଆକ୍ଷା ଦେଲେ ଏହି ରାଜନେତା । କେବଳ ସରସ୍ଵତୀ ନୁହଁନ୍ତି ଏହି ନେତା ପୂର୍ବରୁ ପ୍ରଭୁ ଶ୍ରୀରାମ ଓ ମାଆ ଦୁର୍ଗାଙ୍କୁ ନେଇ ମଧ୍ୟ ଉଠାଇଥିଲେ ପ୍ରଶ୍ନ । କହିଥିଲେ ଏମାନେ ସବୁ କାଳ୍ପନିକ । କୌଣସି ସତ୍ୟତା ନାହିଁ । ଅନ୍ୟ ଜାତି ମାନଙ୍କୁ ଶୋଷଣ କରିବା ପାଇଁ ବ୍ରାହ୍ମଣମାନଙ୍କ ଦ୍ୱାରା ତିଆରି କରା ଯାଇଥିବା ଏ ସବୁ ଗୋଟିଏ ଗୋଟିଏ କାହାଣୀ ।

Rjd mla

ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ଫତେହ ବାହାଦୁର କୁସ୍ୱାହାଙ୍କ ବୟାନ , " ସ୍କୁଲ ଓ କଲେଜ୍ ରେ ସରସ୍ୱତୀଙ୍କ ପୂଜା କରାଯିବା ଉଚିତ୍ ନୁହେଁ । ଏପରି କି ସରସ୍ୱତୀଙ୍କୁ କେହି ବି ଆରାଧନା କରିବା ଠିକ୍ ନୁହେଁ । କାରଣ ସେ ଜଣେ ଚରିତ୍ର ହୀନା । ଯେ କି ନିଜ ପିତା ବ୍ରହ୍ମାଙ୍କୁ ବିବାହ କରିଥିଲେ ।”

ଏହି ନେତା ଜଣକ ୭ ଜାନୁୟାରୀରେ ସାବିତ୍ରୀବାଇ ଫୁଲେ ଙ୍କ ଜନ୍ମ ଜୟନ୍ତୀ ପାଳିବା ଅବସରରେ ନିମନ୍ତ୍ରଣ ଦେବାକୁ ଯାଇଥିବା ସମୟରେ ସେ ଏପରି ବୟାନ ଦେଇଛନ୍ତି ମିଡ଼ିଆ ଆଗରେ । ସେ କହିଛନ୍ତି ସରସ୍ୱତୀଙ୍କ ପୂଜା କରିବା ବଦଳରେ ସାବିତ୍ରୀବାଈଙ୍କ ପୂଜା କରିବା ଉଚିତ୍ । ଏପରିକି ସେ ସାବିତ୍ରୀବାଈଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ମଧ୍ୟ କରିଛନ୍ତି ।

Rjd mla

ସେ କହିଛନ୍ତି ହିନ୍ଦୁ ଗ୍ରନ୍ଥ ଅନୁସାରେ ସରସ୍ଵତୀ ହେଉଛନ୍ତି ବ୍ରହ୍ମାଙ୍କ ଝିଅ । ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମା ନିଜ ଝିଅଙ୍କୁ ହିଁ ବିବାହ କରିଛନ୍ତି । ଯାହାକି ଏକ ନିନ୍ଦନୀୟ ଘଟଣା । ତେଣୁ କରି ସରସ୍ୱତୀଙ୍କ ଭଳି ଏପରି ଏକ ଚରିତ୍ରହିନା ଙ୍କୁ ପୂଜା ନ କରି ସାବିତ୍ରୀବାଇଙ୍କୁ ପୂଜା କରିବା ଉଚିତ୍ ।