ମଦୁଆ ବରକୁ ପାନେ ଦେଲା କନ୍ୟା, ମଦ ପିଇ ୮ ଲକ୍ଷ ମଗିବାରୁ ରାଗିଯାଇ କନ୍ୟା ନେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା ଘଟଣା

 
Bara kanya

ବାହା ବେଦୀରୁ ଫେରିଲେ ବର ଓ ବରଯାତ୍ରୀ ! ବର ବାହା ହେବା ପାଇଁ ଅତି ଧୁମ୍ ଧାମ ରେ ବାଣ ରୋଷଣୀ ନେଇ ଆସିଥିଲା କନ୍ୟା ଘରକୁ । ହେଲେ ସବୁ କିଛି ଯେ ଏପରି ଓଲଟ ପାଲଟ ହୋଇଯିବ କିଏ ଜାଣିଥିଲା । 

 Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now
ହେବନି ବା କିପରି , ବର ଏପରି ଯେଉଁ କାଣ୍ଡ ଘଟାଇଥିଲା ବେଦୀରେ । ବାହା ବେଦୀରୁ ବର ଫେରି ଆସିବା ପରେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି । 
Bara kanya

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ଯପ୍ରଦେଶରେ । ମଧ୍ଯପ୍ରଦେଶର ସିହୋରରେ ବରଯାତ୍ରୀ ସହିତ ଶିଶୁପାଳ ହୋଇ ବିନା ବାହା ହୋଇ ଫେରିଛି ବର । କଣ ଆପଣ ଜାଣନ୍ତି ଏହାର କାରଣ । ତେବେ ଏହାର କାରଣ ହେଉଛି ମଦ । 

ବର ବରଯାତ୍ରୀଙ୍କ ସହିତ ମଦ ପିଇ ପୁରା ଚୂର୍ ଥିଲା । କନ୍ୟା ଘର ଲୋକେ ସେଠି ପହଞ୍ଚିବା ମାତ୍ରେ ତାଙ୍କୁ ଖରାପ ବ୍ୟବହାର କରିବା ସହିତ ଯୌତୁକରେ କାର୍ ସହିତ ୮ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । 

ଯାହା ପରେ କନ୍ୟା ଉଠାଇଥିଲା ଏକ ବଡ ପଦକ୍ଷେପ । ଏପରି ଏକ ପୁଅକୁ ବାହା ହେବି ନାହିଁ ବୋଲି କହି ବେଦୀରୁ ଉଠି ଯାଇଥିଲା ।