ସନ୍ଧ୍ୟା ସମୟରେ ମହିଳାଙ୍କୁ ଏକା ପାଇ ସବୁ ସାରିଦେଲା ବାବା, ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ମହିଳା, ଜାଣନ୍ତୁ ପୁରା ଘଟଣା

 
Baba

ଆପଣ ବି ଯଦି ଏକୁଟିଆ ରାସ୍ତାରେ କୁଆଡେ ଯାଉଥାନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ଏବେ ରାସ୍ତାରେ ବୁଲୁଛନ୍ତି ଛଦ୍ମ ବେଶୀ ବାବା । କେବଳ ବୁଲୁ ନାହାନ୍ତି ବରଂ କରୁଛନ୍ତି ଜଘର୍ଣ୍ୟ ଅପରାଧ । ଆଜ୍ଞା ହଁ , ଭାରତରେ ସାଧାରଣତଃ ସାଧୁ ବାବା ବେଶରେ ଥିବା ଲୋକ ମାନଙ୍କୁ ସାଧାରଣତଃ ଅନ୍ୟ ଲୋକ ମାନେ ବେଶ୍ ସମ୍ମାନ ଦେଇଥାନ୍ତି । ଏବଂ ସହଜରେ ସେମାନଙ୍କୁ ବିଶ୍ୱାସ ମଧ୍ୟ କରିଥାନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାତ୍ର ବର୍ତ୍ତମାନ ସମୟରେ କିଛି ଭଣ୍ଡ ଏହାର ଫାଇଦା ଉଠାଉଛନ୍ତି । ଏପରି କିଛି ଅପରାଧ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ସେଠାକାର ଜଣେ ମହିଳାଙ୍କୁ ରାସ୍ତାରେ ଏକୁଟିଆ ଯାଉଥିବାର ଦେଖି ତାଙ୍କ ସହିତ ଏପରି କିଛି କରିଥିଲେ ଜଣେ ଛଦ୍ମବେଶଧାରୀ ବାବା । 

ଖୋ

ସୂଚନା ଅନୁସାରେ , ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଗୁଟୁପାଲି ଗ୍ରାମର ପ୍ରିୟଙ୍କା ସେଠ୍ । ପ୍ରିୟଙ୍କା ସନ୍ଧ୍ୟା ୭ଟା ସମୟରେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ସହ ଘଟିଛି ଏପରି କିଛି । ପ୍ରିୟଙ୍କା ଯାଉଥିବା ରାସ୍ତା ଟି ବିଶେଷ ଜନ ଗହଳି ନ ଥିଲା । ସେ ଏହି ରାସ୍ତାରେ ଏକ ବାବା ବେଶଧାରୀ ଲୋକଙ୍କୁ ଦେଖିଥିଲେ । 

ପ୍ରିୟଙ୍କା କେବେ ଭାବି ନ ଥିଲେ ଏହି ବାବାଙ୍କ ପଛରେ ରହିଛି ଏତେ ଭୟଙ୍କର ରୁପ । ସେ ଯାଉଥିବା ସମୟରେ ହଠାତ୍ ସେ ବାବା ଜଣଙ୍କ ଖଣ୍ଡା ବାହାର କରି ତାଙ୍କୁ ଆକ୍ରମଣ କରିଥିଲେ । ବାବାଙ୍କ ଆକ୍ରମଣରେ ପ୍ରିୟଙ୍କା ଲହୁ ଲୁହାଣ ହୋଇ ଯାଇଥିଲେ । ସେଠାରୁ ପ୍ରିୟଙ୍କାଙ୍କୁ ରାଜଧାନି ହସ୍ପିଟାଲ୍ କୁ ସ୍ଥାନାନ୍ତରଣ କରା ଯାଇଥିଲା । ବର୍ତ୍ତମାନ ପୋଲିସ୍ ଏହି ବହୁରୂପୀ ବାବାକୁ ଖୋଜୁଛି ।