ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଦେଖି ମାସ୍କ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀର ସାୟା, ଆଉ ତାପରେ ପୋଲିସ ଯାହା କଲା ଜାଣି ଆଶ୍ଚର୍ଯ୍ୟ ହେବେ

 
ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଦେଖି ମାସ୍କ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀର ସାୟା, ଆଉ ତାପରେ ପୋଲିସ ଯାହା କଲା ଜାଣି ଆଶ୍ଚର୍ଯ୍ୟ ହେବେ
କରୋନା ମହାମାରୀ ଆସିବା ପରଠୁ ମାସ୍କ ମଣିଷ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ବସ୍ତ୍ର ପାଲଟି ଯାଇଛି। କାରଣ ମାସ୍କ ହିଁ ଭାଇରସରୁ ରକ୍ଷା କରି ପାରିବ। ତେବେ ମାସ୍କ ପିନ୍ଧିବା ସରକାର ବାଧ୍ୟତାମୂଳକ କରିଥିବା ବେଳେ ନ ପିନ୍ଧୁଥିବା ଲୋକଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଉଛି। ଏହି ମାସ୍କକୁ ନେଇ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି।
ମଧ୍ୟପ୍ରଦେଶ ପୋଲିସ ମାସ୍କ ନ ପିନ୍ଧିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିଲା ଏଭଳି ପରିସ୍ଥିତିରେ, ପୋଲିସକୁ ଦେଖି ଏବଂ ଫାଇନରୁ ବଞ୍ଚିବା ପାଇଁ ଦାମୋହର ଜଣେ ବ୍ୟକ୍ତି ଏପରି କିଛି କଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଦାମୋହର ବାନ୍ଦକପୁର ଛକ ଠାରେ ଥିବା ପୋଲିସ ଚେକିଂ ବେଳେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ମାସ୍କ ନ ପିନ୍ଧି ବାନୱାରରୁ ଦାମୋହକୁ ଆସୁଥିଲେ। ପାଖକୁ ଆସି ଦେଖିବାରୁ ଜଣା ପଡିଲା ପୋଲିସ ବିନା ମାସ୍କ ଲୋକଙ୍କର ଚାଲାଣ କାଟୁଛି। ତେବେ ଏହା ସ୍ତ୍ରୀ ଶହେ ଟଙ୍କା ବଞ୍ଚେଇବା ପାଇଁ ନିଜ ବ୍ୟାଗରୁ ସାଢିର ପେଟିକୋଟ୍(ସାୟା) କାଢି ସ୍ୱାମୀର ମୁହଁରେ ବାନ୍ଧି ଦେଇଥିଲା ଯାହାକୁ ଦେଖି ଚେକିଂ କରୁଥିବା ପୋଲିସ୍ ବି ନିଜ ହସ କଣ୍ଟ୍ରୋଲ କରି ପାରି ନଥିଲେ ଏବଂ ପୋଲିସ ସେମାନଙ୍କ ଠାରୁ ୧୦୦ ଟଙ୍କା ଫାଇନ କାଟିନଥିଲା।

ବ୍ୟକ୍ତି ଜଣଙ୍କ କହିବାନୁସାରେ ମାସ୍କ ନଥିବାରୁ ଫାଇନ କୁ ଡରି ଶାୟାକୁ ମୁହଁରେ ବାନ୍ଧି ଦେଇଥିଲି। ଶାୟା ତ ମାସ୍କ ଠାରୁ ବଡ ଏହା ଅଧିକ ସୁରକ୍ଷା ମଧ୍ୟ। ଯଦିଓ ଏହି ବ୍ୟକ୍ତି ନିଶ୍ଚିତ ଭାବରେ ହସର ଚରିତ୍ରରେ ପରିଣତ ହୋଇଥିଲେ ମଧ୍ୟ ପୋଲିସ ତାଙ୍କୁ ଛାଡି ଦେଇଥିଲା ଏବଂ ସମସ୍ତେ ତାଙ୍କ ପତ୍ନୀଙ୍କ ଏଭଳି କାମକୁ ପ୍ରଶଂସା କରିଥିଲେ।