ସ୍କୁଲରେ ଛାତ୍ରୀ ଉପରେ ଚୋରି ଅଭିଯୋଗ ପରେ ଲଙ୍ଗଳା କରି ସର୍ଚ୍ଚ କଲେ ଦିଦି, ସହି ନପାରି ଜୀବନ ହାରିଦେଲା ଛାତ୍ରୀ, ଜାଣନ୍ତୁ ପୁରା ଘଟଣା

 
School chatri

ଶିକ୍ଷୟତ୍ରୀଙ୍କ ଅପମାନ ସହି ନପାରି ଚଉଦ ବର୍ଷୀୟ ଛାତ୍ରୀ ହାରି ଦେଇଛନ୍ତି ଜୀବନ ! ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟରେ । ଚୋରି କରିଥିବା ସନ୍ଦେହ କରି ଛାତ୍ରୀ ଜଣଙ୍କୁ ନିବସ୍ତ୍ର କରି ଯାଞ୍ଚ କରିଥିଲେ ଶିକ୍ଷୟତ୍ରୀ । ଯେଉଁ ଅପମାନକୁ ସହଜରେ ଭୁଲି ପାରି ନ ଥିଲେ ଛାତ୍ରୀ ଜଣଙ୍କ ।

Teacher student

ଶେଷରେ ହାରି ଦେଲେ ନିଜ ଜୀବନ । ସୂଚନା ଅନୁସାରେ କର୍ଣ୍ଣାଟକ ରାଜ୍ୟ ବାଗଲକୋଟ ସରକାରୀ ବିଦ୍ୟାଳୟର ସାହିତ୍ୟ ଶିକ୍ଷୟତ୍ରୀ ଜଣଙ୍କ ନିଜର ଦୁଇ ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଅନ୍ୟ ଚାରି ଜଣ ପିଲାଙ୍କୁ ସନ୍ଦେହରେ ଡାକି ପଚରା ଉଚରା କରିଥିଲେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରିକି ସେମାନଙ୍କୁ ନିବସ୍ତ୍ର କରି ସେମାନଙ୍କର ତଲାସି ନେଇଥିଲେ । ଏହା ସହିତ ଶୁଣିବାକୁ ମିଳିଛି ଯେ ନିକଟସ୍ଥ ମନ୍ଦିରକୁ ମଧ୍ୟ ନିଆ ଯାଇଥିଲା । ଛାତ୍ରୀ ଜଣଙ୍କ ସହ ଏପରି ଘଟଣା ଘଟିବା ପର ଠାରୁ ସେ ମାନସିକ ସ୍ତରରେ ଆଘାତ ପାଇଥିଲେ । ଯେଉଁଥି ପାଇଁ ସେ ଅନେକ ସମୟରେ ଚୁପ୍ ରହୁଥିଲେ ଓ ନିଜ ଅପମାନର କଥା ଭାବୁଥିଲେ । ଏହି ମାନସିକ ଚାପ ଭିତରେ ରହି ସେ ନିଜର ଜୀବନ ହାରି ବସିଛନ୍ତି । 

Student

ବାଗାଲକୋଟ ଏସପି ଅମରନାଥଙ୍କ ସୂଚନା ଅନୁସାରେ, ମୃତକଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢୁଥିଲେ। ଏହି ଘଟଣା ସଂପର୍କରେ ସେ ଘରେ ଜଣାଇଥିଲେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ବାରମ୍ୱାର ଏହି ସମାନ କଥା ଚିନ୍ତା କରୁଥିଲେ​​। ଶେଷରେ ସେ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ଏନେଇ ବାଗାଲକୋଟର ଜନ ଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟର ମନ୍ତବ୍ୟ ମିଳିପାରିନାହିଁ।