ଭାରତରେ ଓମିକ୍ରନ୍ ଭୟ: କଡ଼ା ନିୟମ ଲାଗୁ କରିଲା ଏହି ରାଜ୍ୟ, ଆଜିଠାରୁ ସ୍କୁଲ କଲେଜ୍ ସବୁ ବନ୍ଦ

 
School closed

ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ସଂକ୍ରମଣ। ଆଫ୍ରିକା ମହାଦେଶରୁ ଉତ୍ପନ ହୋଇଥିବା କରୋନାର ଏହି ନୂଆ ରୂପ ସାରା ବିଶ୍ୱରେ ବ୍ୟାପି ସାରିଥିବା ବେଳେ ଏବେ ଭାରତରେ ଏହାର ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ିବା ସହିତ ବିଭିନ୍ନ ସହର ଏବଂ ରାଜ୍ୟ ଗୁଡିକରେ କଟକଣା ମଧ୍ୟ ଲାଗୁ କରାଯାଇଛି। ଦେଶର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କେତେକ ସ୍ଥାନରେ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

School closed

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କରୋନା ପୁଣି ଥରେ ପ୍ରଭାବ ବିସ୍ତାର କରୁଥିବାରୁ ଏଠାରେ ପୁଣି ଥରେ କଟକଣା ଲାଗୁ କରାଯାଇଛି। ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ଆସନ୍ତା ୩ ତାରିଖରୁ ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିସହିତ ରେଷ୍ଟୁରାଣ୍ଟ, ବାର, ମଲ୍, ମାର୍କେଟ ଇତ୍ୟାଦି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହି ସବୁ ସ୍ଥାନ ଗୁଡିକରେ କେବଳ ୫୦ ପ୍ରତିଶତ ଗ୍ରାହକ ମାନଙ୍କୁ ଅନୁମତି ମିଳିଛି।