ଭାରତ ବନ୍ଦର ଓଡ଼ିଶାରେ ମହା ପ୍ରଭାବ, ବନ୍ଦ ରହିଛି ଏହିସବୁ କାମ ଲୋକେ ହନ୍ତସନ୍ତ, ଜାଣନ୍ତୁ ପୁରା ଖବର

 
Bharat band

ଆଜି ଭାରତ ବନ୍ଦ ! ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଏପରି ଆହ୍ବାନ ଦେଇଛି ସଙ୍ଘ । ପୂର୍ବରୁ ଭାରତରେ ସଂରକ୍ଷଣକୁ ନେଇ ବ୍ୟବସ୍ଥା ରହି ଆସିଛି । କିନ୍ତୁ ସ୍ୱାଧୀନତାକୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା କୌଣସି କାର୍ଯ୍ୟକାରୀ ହୋଇ ନାହିଁ । କେବଳ ପ୍ରଥମ ଦଶ ବର୍ଷ ହିଁ ଏହା କାର୍ଯ୍ୟକାରୀ ହୋଇଥିଲା । ତାହା ପରେ ଆଉ ହୋଇ ନାହିଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସଂରକ୍ଷଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଥିଲେ ସୁପ୍ରିମକୋର୍ଟ । ଯାହା ଶୁଣିବା ପରେ ଜନଜାତି ଏବଂ ଅନୁସୂଚିତ ଜନଜାତି ଚିନ୍ତାରେ । ଜାତିକୁ ନେଇ ଉପବର୍ଗିକରଣ କରାଯିବ । ଯେପରି OBC ଜାତିରେ ବ୍ୟବସ୍ଥା ରହିଛି ।

Ay

ଜାଣନ୍ତୁ ସୁପ୍ରିମକୋର୍ଟର ସମ୍ପୂର୍ଣ୍ଣ ରାୟ......

ସୁପ୍ରିମକୋର୍ଟର ରାୟ ଅନୁସାରେ , ଅନୁସୂଚିତ ଜାତି ଏବଂ ଜନଜାତି ଉଭୟଙ୍କ କ୍ଷେତ୍ରରେ ବର୍ଗୀକରଣ କରାଯିବ । OBC ଭଳି SC ଏବଂ ST ଙ୍କ କ୍ଷେତ୍ରରେ କ୍ରିମି ଲେୟର ଏବଂ ନନ୍ କ୍ରୀମି ଲେୟାର ଭାବେ ବର୍ଗୀକରଣ କରାଯିବ । ଏବଂ ସେମାନଙ୍କୁ ରିଜର୍ଭେସନ୍ ର ବ୍ୟବସ୍ଥା ମଧ୍ୟ କରାଯିବ ।

ତେବେ ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ବା ଘୋଷଣା ପରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଦ୍ଵାରା ଆଜି ତଥା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆ ଯାଇଛି ।

ରାସ୍ତା ଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ କାରଣରୁ ଗାଡ଼ି ମୋଟର ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡ଼ିକ ଜାରି ରହିବ। 

ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଗୁଡ଼ିକ ଖୋଲା ରହିବ। ଅନ୍ୟପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।