ମହିଳା ମାନେ ସାବଧାନ! ଶାଢି ପିନ୍ଧିବା ଦ୍ୱାରା ହେଉଛି କ୍ୟାନସର୍ ଭାରତରେ ଦ୍ରୁତ ଗତିରେ ବଢୁଛି ଏହି ରୋଗ, ଜାଣନ୍ତୁ ପୁରା ଖବର

 
Saree cancer

ପ୍ରାଚୀନ କାଳରୁ ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ । ଏଠାରେ ଥିବା ମହିଳାମାନେ ଯେକୌଣସି ପାର୍ଟୀ, କାର୍ଯ୍ୟ, ପର୍ବ, ପୂଜା ଉତ୍ସବରେ ଶାଢି ପିନ୍ଧିବାକୁ ପସନ୍ଦ କରନ୍ତି । ଶାଢି କେବଳ ଭାରତରେ ସୀମିତ ନୁହେଁ, ଆଜି ଏହା ସମଗ୍ର ବିଶ୍ୱରେ ଜଣାଶୁଣା । ବିଭିନ୍ନ ଦେଶର ଲୋକମାନେ ମଧ୍ୟ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:

Follow our WhatsApp channel and get all the Latest news:

WhatsApp Channel (Join Now) Join Now

saree cancer

ଶାଢି କେବଳ ପାରମ୍ପାରିକ ଶୈଳୀରେ ନୁହେଁ ବରଂ ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ । କିନ୍ତୁ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ ଶାଢି ପିନ୍ଧିବା ଫଳରେ କର୍କଟ ରୋଗର ଆଶଙ୍କା ବଢିଥାଏ, ତେବେ ଏହି ଖବର ଆପଣଙ୍କୁ ନିହାତୀ ଦୁଃଖ ପହଁଚାଇପାରେ । ଯେହେତୁ ଭାରତୀୟ ମହିଳାମାନେ ଶାଢି ପିନ୍ଧୁଛନ୍ତି, ଯେଉଁଥିପାଇଁ ସେମାନେ କର୍କଟ ଭଳି ଗମ୍ଭୀର ରୋଗର ସମ୍ମୁଖୀନ ହେଉଛନ୍ତି । ଶାଢି ବ୍ୟତୀତ ଅନ୍ୟ ପୋଷାକ ପିନ୍ଧିବା ମଧ୍ୟ କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କା ବଢ଼ାଇଥାଏ ।

ଶାଢି କର୍କଟ କ’ଣ :-

ଶାଢି ପିନ୍ଧିବା ଦ୍ୱାରା ସ୍କ୍ୱାମୋସ୍ ସେଲ୍ କାରସିନୋମା (SCC) ହେବାର ଆଶଙ୍କା ବଢିଥାଏ । ଏହି ପ୍ରକାର କର୍କଟ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିକଟ ଅତୀତରେ ଶାଢି କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏସସିପିଏମ ମେଡିକାଲ କଲେଜ ଏବଂ ହସପିଟାଲର ଅଙ୍କୋଲୋଜିଷ୍ଟ ଡକ୍ଟର ସୁଦୀପ କହିଛନ୍ତି, "ଭାରତର ବିଭିନ୍ନ ଗ୍ରାମରେ ରହୁଥିବା ମହିଳାମାନେ ବର୍ଷସାରା ଶାଢି ପିନ୍ଧନ୍ତି । ଶାଢି ପିନ୍ଧି ପିନ୍ଧି ଅଣ୍ଟାରେ ଏକ ଚିହ୍ନ ହୋଇଯାଇଥାଏ । ଶାଢି ପାଇଁ ପ୍ରଥମେ ସାୟା ପିନ୍ଧିବାକୁ ପଡୁଥିବାରୁ ତାହାର ଫିତା ଅଣ୍ଟାରେ ପଡିଥାଏ । ଯେଉଁଥିପାଇଁ ଅଣ୍ଟାରେ ଏକ କଳା ଚିହ୍ନ ଦେଖାଯାଏ । ଏହି ଦାଗଗୁଡ଼ିକ ଶେଷରେ ଚର୍ମ କର୍କଟରେ ପରିଣତ ହୁଏ ।" ଅତ୍ୟଧିକ ଉତ୍ତାପରେ ରହୁଥିବା ମହିଳାମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହି ରୋଗ ବିହାର ଏବଂ ଝାଡଖଣ୍ଡର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

କାଶ୍ମୀରୀ କାଙ୍ଗ୍ରି ପୋଷାକ ଏବଂ ଟାଇଟ୍ ଜିନ୍ସ ମଧ୍ୟ କର୍କଟ ରୋଗ ସୃଷ୍ଟି କରେ :-

କାଶ୍ମୀରର ଲୋକମାନେ କାଙ୍ଗ୍ରି କପଡା ପିନ୍ଧନ୍ତି, ଏହା ଚର୍ମରେ ଉଷ୍ମତା ସୃଷ୍ଟି କରେ । ଯେଉଁଥିପାଇଁ ଚର୍ମ କର୍କଟ ହେବାର ଆଶଙ୍କା ବଢିଥାଏ । ଏହା ବ୍ୟତୀତ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ ।

ଆମେ କିପରି ନିଜକୁ ରକ୍ଷା କରିପାରିବା :-

କର୍କଟ ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ, ଆପଣଙ୍କ ଜୀବନଶୈଳୀକୁ ସଂଶୋଧନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ଏକ ସୁସ୍ଥ, ସୁନ୍ଦର ଜୀବନଯାପନ କରିବାକୁ ହେବ | ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସିବା ପରିବର୍ତ୍ତେ ଚଳପ୍ରଚଳ ହେବା ଶରୀର ପାଇଁ ଭଲ । ଆପଣ ଯେତେ ଫୁର୍ତ୍ତି ରହିବେ, ଏହା ଆପଣଙ୍କ ଶରୀର ପାଇଁ ସେତେ ଅଧିକ ଲାଭଦାୟକ ହେବ ।