‘ସନାତନ ଧର୍ମକୁ ମୂଳରୁ ଶେଷ କରିଦେବା ଉଚିତ୍’ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ବୟାନ, ଜାଣନ୍ତୁ ପୁରା ଘଟଣା

 
Sanatan Dharma

ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ସ୍ତାଲିନଙ୍କ ପୁଅର ବିବାଦ ବିବାଦୀୟ ବିବୃତି।ସେ କହିଛନ୍ତି ସନାତନ ଧର୍ମକୁ ସବୁଦିନ ରଦ୍ଦ କରାଯିବା ଉଚିତ୍। କିଛି ଜିନିଷ କୁ ବିରୋଧ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଡେଙ୍ଗୁ ମଶା ଓ ମ୍ୟାଲେରିଆ ରୋଗ ସହିତ ସନାତନ ଧର୍ମକୁ ସେ ତୁଳନା କରି କହିଛନ୍ତି ଏପରି ରୋଗର ବିରୋଧ ନୁହେଁ ବରଂ ବିଲୋପ କରିବାକୁ ପଡ଼ିବ।

Sanatan Dharma

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ରାଜ୍ୟମନ୍ତ୍ରି ଉଦୟାନିଧି ସ୍ତାଲିନ ସନାତନ ଧର୍ମକୁ ବିରୋଧ ନୁହେଁ ବରଂ ବିଲୋପ କରିବା ପାଇଁ କହିଛନ୍ତି। ସନାତନ ଧର୍ମକୁ ସମାପ୍ତ କରିବା ପାଇଁ ଆୟୋଜିତ ଏକ ସମ୍ମିଳନୀରେ ସେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଏହି ସମ୍ମିଳନୀର ନାମ ସନାତନ ବିରୋଧ ସମ୍ମିଳନୀ ପରିବର୍ତ୍ତେ ଏହି ସମ୍ମିଳନୀର ନାମ ସନାତନ ବିଲୋପ ନାମ ଦେଉନଥିବାରୁ ମୁଁ ଅତ୍ୟନ୍ତ ଖୁସି।

 

Hyy

ସେ କହିଛନ୍ତି ସନାତନ ନାମ ସଂସ୍କୃତ ରୁ ଆସିଛି। ଏହାର ଅର୍ଥ ସ୍ଥିର ଏବଂ ପରିବର୍ତ୍ତନଶିଳ ନୁହେଁ।ତେଣୁ କରି ସବୁ କିଛିକୁ ବଦଳାଇବାକୁ ପଡିବ।ସନାତନ ଧର୍ମକୁ ଦ୍ରାବିଡ ଜମିରୁ ହଟାଇବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି।

ନିଟ ପରୀକ୍ଷା ବିଷୟରେ ସେ କହିବା ବେଳେ କହିଛନ୍ତି ଯେ ଆମେ ବିଭିନ୍ନ ଚିନ୍ତାଧାରା ରେ ଆମ ପିଲା ମାନଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ। କିନ୍ତୁ ଫାର୍ସିବାଦି ଶାସକ ମାନେ ଆମ ପିଲା ମାନଙ୍କୁ ଶିକ୍ଷା ଠାରୁ ଦୂରେଇ ରଖିବା ପାଇଁ ଉପାୟ ଖୋଜୁଛନ୍ତି। ସେ ସନାତନ ଧର୍ମକୁ ବହୁ ମାତ୍ରାରେ ସମାଲୋଚନା ମଧ୍ୟ କରିଥିଲେ। ସେ ଆଏଡିଏମକେ ଶାସନ କୁ ସନାତନ ଧର୍ମର ଦାସ ବୋଲି କହିଥିଲେ। ଏହି ଦଳ ଆନ୍ନାଙ୍କ ନାମ ଅନୁସାରେ ନୁହେଁ ବରଂ ଅମିତ୍ ଶାହାଙ୍କ ନାମ ଅନୁସାରେ ବୋଲି କହିଛନ୍ତି।