କଣ୍ଡୋମ୍ ବ୍ୟବହାରକୁ ନେଇ ଆସିଲା ନୂଆ ନିୟମ, ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍ ଉତାରିବା ଅପରାଧ, ଜାଣନ୍ତୁ ପୂରା ଖବର

 
Condom

ସେ ବିବାହିତ ଦମ୍ପତ୍ତି ହୁଅନ୍ତୁ ଅଥବା ଅବିବାହିତ କପଲ ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ କାହାର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। କିନ୍ତୁ, ମହିଳାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକାର କାଲିଫର୍ଣ୍ଣିଆରେ କପଲମାନଙ୍କ ବ୍ୟକ୍ତିଗତ ଜୀବନରେ ସେଠାକାର କୋର୍ଟ ହସ୍ତକ୍ଷେପ କରିଛନ୍ତି। ରୋମାଣ୍ଟିକ ରିଲେସନସିପ୍ ମଧ୍ୟରେ ମହିଳାଙ୍କ ବିନା ଅନୁମତିରେ କଣ୍ଡୋମ ବାହାର କରିବା ଦଣ୍ଡନୀୟ ଅପରାଧ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି।

Condom

ଏଥିସହିତ ରୋମାଣ୍ଟିକ୍‌ ରିଲେସନ୍‌ସିପ୍‌ରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍‌ ବ୍ୟବହାର କରାଯିବା ବେଆଇନ୍ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେବ ଏହି ନିୟମ ଲାଗୁ କରିବାକୁ ନେଇ କାଲିଫର୍ଣ୍ଣିଆରେ ଆଲୋଚନା ଚାଲିଥିଲା। ଏବେ ଏଥିରେ ସେଠାକାର ନ୍ୟାୟାଳୟଙ୍କ ମୋହର ବାଜିବା ପରେ ଖୁବଶୀଘ୍ର ସରକାରଙ୍କ ଦ୍ଵାରା ଏଥିନେଇ ଡ୍ରାଫ୍ଟ ପାସ୍‌ କରାଯିବ ବୋଲି କୁହାଯାଉଛି।

Court

ଏହି ନିୟମ ଅନୁଯାଇ ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ଯଦି ପୁରୁଷ ଜଣକ ମହିଳାଙ୍କ ବିନା ଅନୁମତିରେ କଣ୍ଡୋମ ଖୋଲିବାକୁ ପ୍ରୟାସ କରନ୍ତି ତେବେ ତାଙ୍କ ବିରୋଧରେ ମହିଳା ଜଣକ ଏତଲା ଦେଇପାରିବେ। ଏଭଳି ମାମଲାରେ ପୀଡ଼ିତା କେସ୍‌ କଲେ ଅଭିଯୁକ୍ତଙ୍କ ବିରୋଧରେ ଉଭୟେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ମାମଲା ରୁଜୁ ହୋଇପାରିବ। ବିନା କଣ୍ଡୋମରେ ଯୌନ ସମ୍ପର୍କ ରଖିଲେ ଯୌନ ରୋଗ ସହିତ ଗର୍ଭବତୀ ହେବାର ସମ୍ଭାବନା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।