ସରକାରଙ୍କ ଏହି ନୂଆ ସ୍କଲାର୍ଶିପ ଯୋଜନାରେ ଝିଅଙ୍କୁ ମିଳିବ ୨୦ ହଜାର, ପୁଅଙ୍କୁ ୧୦ ହଜାର, ଜାଣନ୍ତୁ ପୁରା ଖବର
ତେବେ ଏଣିକି ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ପିଲାଙ୍କର ଉଚ୍ଚ ଶିକ୍ଷାର ଦାୟୀତ୍ବ ଏବେ ସରକାରଙ୍କର । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଅନେକ ସ୍କଲାରସିପ ଯୋଜନା ଏପରି ରହିଛି ଯାହା ମାଧ୍ୟମରେ ଆପଣ ମାଗଣାରେ ପାଠ ପଢି ପାରିବେ । କିନ୍ତୁ ଅନେକ ସମୟରେ ଛାତ୍ର ଛାତ୍ରୀ ମାନଙ୍କର ଏ ବିଷୟରେ ଅଜ୍ଞାନତା ହେତୁ ସେମାନେ ସରକାରଙ୍କ ଦ୍ଵାରା ପ୍ରାପ୍ତ ଅନେକ ସୁଯୋଗରୁ ବଞ୍ଚିତ ହୁଅନ୍ତି ।
Follow our WhatsApp channel and get all the Latest news
ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଯୋଜନା ବା ସ୍କଲାରସିପ ବିଷୟରେ କହିବାକୁ ଯାଉଛୁ ଯାହା ଛାତ୍ର ଛାତ୍ରୀ ମାନଙ୍କର ଭାଗ୍ୟ ବଦଲାଇଦେବ । ମାସିକ ଓ ବାର୍ଷିକ ସରକାରଙ୍କ ଦ୍ଵାରା ପ୍ରାପ୍ତ ରାଶିରେ ସେମାନେ ନିଜ ଉଚ୍ଚ ଶିକ୍ଷାର ସ୍ୱପ୍ନକୁ ପୁରା କରି ପାରିବେ ।
କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ କେନ୍ଦ୍ରୀୟ ଛାତ୍ର ବୃତ୍ତି ଯୋଜନା ମାଧ୍ୟମରେ ଆପଣ ନିଜକୁ ପଞ୍ଜୀକୃତ କରାଇ ଛାତ୍ର ମାନେ ବର୍ଷକୁ ୧୦ ,୦୦୦ ଓ ଛାତ୍ରୀ ମାନେ ବର୍ଷକୁ ୨୦,୦୦୦ ପାଇ ପାରିବେ । ତେବେ ଏଥି ପାଇଁ ଆପଣଙ୍କୁ ଅନଲାଇନ୍ ରେ ଆବେଦନ କରିବାକୁ ପଡ଼ିବ । ଯେଉଁଥିରେ ପ୍ରତି ବର୍ଷ ପାଖା ପାଖି ଏକ ଲକ୍ଷ ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି ।
ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ , ଯାହା ଛାତ୍ର ଛାତ୍ରୀ ମାନଙ୍କୁ ବୈଷୟିକ କ୍ଷେତ୍ରରେ ଉଚ୍ଚ ଶିକ୍ଷା କରିବା ପାଇଁ ୪ ବର୍ଷ ପାଇଁ ପାଖା ପାଖି ୫୦,୦୦୦ ଛାତ୍ର ବୃତ୍ତି ପ୍ରଦାନ କରିଥାଏ । ସେହିପରି କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ରେ ଯେଉଁ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ କ୍ଷେତ୍ରରେ ଅଧିକ ଅଧ୍ୟୟନ କରିବାକୁ ଚାହୁଁଛନ୍ତି କିମ୍ବା ରିସର୍ଚ୍ଚ ଆଦିରେ ସାମିଲ୍ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍କଲାରସିପ ପ୍ରଦାନ କରିବାର ଯୋଜନା ରହିଛି ।