ମୂର୍ତ୍ତି ତିଆରି କରିଥିବା ଯୋଗୀରାଜ ହେଲେ ଆଶ୍ଚର୍ଯ୍ୟ, ମନ୍ଦିରରେ କେମିତି ବଦଳିଗଲା ରାମଙ୍କ ମୂର୍ତ୍ତି? ଜାଣନ୍ତୁ ପୁରା ଖବର

 
Ram murti maker yogiraj
“ମୁଁ ପୃଥିବୀରେ ବାସ କରୁଥିବା ସମସ୍ତ ଲୋକଙ୍କ ଠାରୁ ଅତ୍ୟନ୍ତ ଭାଗ୍ୟବାନ ” - ଅରୁଣ ୟୋଗୀରାଜ୍ । ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଥିଲେ ଅରୁଣ ୟୋଗୀରାଜ । ତେବେ ଆସନ୍ତୁ ଜାଣିବା ଅରୁଣ କିଏ ଓ ସେ କାହିଁକି ଏଭଳି ମନ୍ତବ୍ୟ ଦେଇଥିଲେ ?

ଅରୁଣ ହେଉଛନ୍ତି କର୍ଣ୍ଣାଟକର ଜଣେ ସୁନାମଧନ୍ୟ ମୂର୍ତ୍ତି କାରିଗର । ଯାହାଙ୍କ ଦ୍ୱାରା ନିର୍ମିତ ରାମ ଲଲାଙ୍କ ମୂର୍ତ୍ତି ଏବେ ଅଯୋଧ୍ୟାରେ ପୂଜା ପାଉଛି । ଅଯୋଧ୍ୟାର ରାମ ଲଲାଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ୩ ଜଣ ମୂର୍ତ୍ତି ଶିଳ୍ପୀ ମାନଙ୍କୁ ଦାୟୀତ୍ବ ଦିଆ ଯାଇଥିଲା ।

Ram murti

Follow our WhatsApp channel and get all the Latest news

WhatsApp Channel (Join Now) Join Now

କର୍ଣ୍ଣାଟକର ଅରୁଣ ୟୋଗିରାଜ୍ , ଗଣେଶ ଭଟ୍ଟ ଓ ଜୟପୁରର ସତ୍ୟନାରାୟଣ ପାଣ୍ଡେୟ । ଏହି ତିନି ଜଣ କାରିଗରଙ୍କ ମୂର୍ତ୍ତି ମଧ୍ୟରୁ ଅଯୋଧ୍ୟା ରାମ ମନ୍ଦିର କମିଟି ଅରୁଣଙ୍କ ମୂର୍ତ୍ତିକୁ ପୂଜା ନିମନ୍ତେ ଚୟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅରୁଣ ଏନଆଇ ନିଉଜ୍ ରେ ସାକ୍ଷାତକାର ଦେବା ସମୟରେ କହିଥିଲେ ମୁଁ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ଅଟେ । ଯେ କି ଏତେ ବଡ କାର୍ଯ୍ୟ କରିବାର ସୁଯୋଗ ପାଇଛି । ଏଥି ପାଇଁ ମୋ ଉପରେ ପ୍ରଭୁ ଶ୍ରୀରାମ ଓ ମୋର ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥିଲା । 

ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ବାଳକ ଶ୍ରୀରାମଙ୍କ ମୁଖମଣ୍ଡଳ । ପଥରରେ ପ୍ରାଣ ସଂଚାର ପରେ ବଦଳି ଯାଇଛି ମୁଖମଣ୍ଡଳ। ବଦଳି ଯାଇଛି ସୌନ୍ଦର୍ଯ୍ୟ, ବଦଳିଯାଇଛି ରୂପକାନ୍ତି। ପରିବର୍ତ୍ତନ ଏମିତି ଯେ, ଖୋଦ୍ ବିଗ୍ରହ ନିର୍ମାତା ମଧ୍ୟ ଆଶ୍ଚର୍ଯ୍ୟ ନିଜ ନିର୍ମାଣର ଏ ପରିବର୍ତ୍ତିତ ରୂପରେ ନିଜେ ଚକିତ । ନିର୍ମାତା ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ।

ଅରୁଣ ଯୋଗୀରାଜ କହିଛନ୍ତି , ୭ ମାସ ଧରି ବିଗ୍ରହକୁ ନିର୍ମାଣ କଲି। ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପୂର୍ବରୁ ଏବଂ ସ୍ଥାନିତ ହେବାଯାଏଁ ୧୦ ଦିନ ବିତାଇଲି। ହେଲେ ପ୍ରାଣପ୍ରତିଷ୍ଠା ପରେ ରାମଲଲାଙ୍କ ଚାହାଣୀ, ଆକୃତି, ମୁଖର ଭାବରେ ଏତେ ପରିବର୍ତ୍ତନ ହୋଇଛି ଯେ ମୁଁ ଚିହ୍ନି ପାରିଲିନି ବୋଲି କହିଛନ୍ତି ଯୋଗୀରାଜ ।