ଦେଖନ୍ତୁ ଭିଡିଓ: ଦ୍ରୁତ ଗତିରେ ଯାଉଥିଲା ରାଜଧାନୀ ଏକ୍ସପ୍ରେସ, ହଠାତ୍ ଆଗକୁ ଚାଲି ଆସିଲା ମଇଁଷି, ଆଉ ତା’ପରେ...

 
Rajdhani express

ଟ୍ରେନ୍ ବର୍ତ୍ତି ଯାଇଛି ଏକ ବଡ଼ ଦୁର୍ଘଟଣାରୁ। ଆଉ ଟିକିଏ ଏପଟ ସେପଟ ହୋଇ ଥିଲେ ପୁଣି ଦେଖିବାକୁ ମିଳି ଥାଆନ୍ତା ଟ୍ରେନ୍ ଦୁର୍ଘଟଣା ଏକ ଟ୍ରାଜେଡି ସିନ। ଟ୍ରେନ୍ ଚାଲିଥିବା ସମୟରେ ସାମ୍ନାକୁ ଆସି ଯାଇଥିଲା ଏକ ମଇଁଷି। ହେଲେ ଧନ୍ୟବାଦ୍ ସେହି ଟ୍ରେନ୍ ଚଳକହୁ ଯେ ନିଜର ବୁଦ୍ଧି ଖଟାଇ ବଞ୍ଚାଇ ଦେଇଥିଲା ହଜାର ହଜାର ଜୀବନ।

Rajdhani express

ରାଜଧାନୀ ଏକ୍ସପ୍ରେସ ସହ ଘଟିବକୁ ଯାଉଥିଲା ଏପରି ଘଟଣା। ଟ୍ରେନ୍ ଟି ୧୦୦ ରୁ ଅଧିକ ବେଗରେ ଘଟଣା ସ୍ଥଳକୁ ଯାତ୍ରା କରୁଥିବା ବେଳେ ହଠାତ୍ ସାମ୍ନାକୁ ଆସିଥିଲା ଏକ ବଡ଼ ମଇଁଷି। ଯାହା ପରେ ଯାତ୍ରୀ ମାନଙ୍କ ସହିତ ଭୟଭୀତ ହୋଇ ଯାଇଥିଲେ ଟ୍ରେନ୍ ଚାଳକ। ହେଲେ ତାଙ୍କର ଉଚିତ୍ ସମୟରେ ଉଚିତ୍ ଉପାୟ ବଞ୍ଚାଇ ଦେଇଥିଲା ସମସ୍ତଙ୍କ ଜୀବନ।

ଦିଲ୍ଲୀରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମଷ୍ଟିପୁର ରୋସ୍ରା ରେଳ ଷ୍ଟେସନ ପାଖା ପାଖି ଏକ ମଇଁଷି ରାଜଧାନି ଏକ୍ସପ୍ରେସର ସାମ୍ନାକୁ ଆସି ଯାଇଥିଲା। କିଛି ଅଘଟଣ ଘଟିବା ପୁର୍ବରୁ ଟ୍ରେନ୍ କର୍ମଚାରୀ ମାନେ ଟ୍ରେନର ଏମରଜେନ୍ସି ତାରକୁ ଭିଡ଼ି ଟ୍ରେନ୍ ଟିକୁ ଅଟକାଇ ଦେଇଥିଲେ।

ହେଲେ ଏହି ସମୟରେ ଟ୍ରେନର କ୍ୟାପ୍ଳର ପାଇପ୍ ଟି ଫାଟି ଯାଇଥିଲା। ଯାହା ପରେ ଟ୍ରେନ୍ ଟିକୁ ଷ୍ଟେସନ ପର୍ଯ୍ୟନ୍ତ ଅତି ସାବଧାନତାର ସହ ଅଣା ଯାଇଥିଲା। ଏବଂ ସେଠାରେ ପ୍ରାୟ ଦୀର୍ଘ ଦେଢ଼ ଘଣ୍ଟା ସମୟ ଲାଗିଥିଲା ଟ୍ରେନ୍ କୁ ସଜାଡ଼ିବାରେ। ଯାହା ପରେ ଟ୍ରେନଟି ପୁଣି ଆରମ୍ଭ କରିଥିଲା ନିଜ ଯାତ୍ରା।