ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କଣ ପଦକ୍ଷେପ ନେବେ ରାହୁଲ ଗାନ୍ଧୀ? ପ୍ରଶ୍ନର ଉତ୍ତରରେ କଣ କହିଲେ ରାହୁଲ ଜାଣନ୍ତୁ

 
Rahul gandhi

ନିଜର ଭିନ୍ନ ପ୍ରକାରର ଚିନ୍ତାଧାରା ଏବଂ ଖୋଲା ଖୋଲି ଦେଉଥିବା ମନ୍ତବ୍ୟ ଗୁଡିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ଚର୍ଚ୍ଚାର ପରିସରରେ ରହି ଆସିଥାନ୍ତି। ତେବେ, ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ହେଲେ କଣ କଣ ସବୁ ପଦକ୍ଷେପ ଗ୍ରହଣ କରିବେ ସେଥିନେଇ କହୁଥିବା ଦେଖିବାକୁ ମିଳୁଛି।

Rahul gandhi

ପ୍ରକୃତରେ ଦୀପାବଳି ଦିନ ରାହୁଲ ତାଙ୍କର କେତେକ ପୁରୁଣା ବନ୍ଧୁଙ୍କୁ ଦେଖା ସାକ୍ଷାତ କରିଥିଲେ। ସେ ସେମାନଙ୍କ ସହ ମିଶି ସେହିଦିନ ଡ଼ିନର ମଧ୍ୟ କରିଥିଲେ। ଖାଇବା ସମୟରେ ତାଙ୍କର ଜଣେ ବନ୍ଧୁ ସେ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କଣ କରିବେ ବୋଲି ରାହୁଲଙ୍କ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତରରେ ରାହୁଲ କହିଥିଲେ ଯେ,"ମୁଁ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ ମହିଳାମାନଙ୍କ ସଂରକ୍ଷଣ ପ୍ରତି ପଦକ୍ଷେପ ଗ୍ରହଣ କରିବି"।


କେବେଳ ଏତିକି ନୁହେଁ ବରଂ ଏହି ସାକ୍ଷାତକାରରେ ରାହୁଲଙ୍କୁ ଅନ୍ୟ ଜଣେ ପଚାରିଥିଲେ ଯେ ଆପଣ ଆପଣଙ୍କ ପିଲାଙ୍କୁ କଣ ଶିକ୍ଷା ଦେବେ? ରାହୁଲ ଏହାର ଉତ୍ତରରେ କହିଥିଲେ ଯେ,"ମୁଁ ମୋ ପିଲାଙ୍କୁ ଗୋଟିଏ ଜିନିଷ ସିଖାଇବି ତାହା ହେଉଛି ନମ୍ରତା… କାହିଁକିନା ବିନମ୍ର ଭାବ ହିଁ ମଣିଷକୁ ବୁଝିବାର ଶକ୍ତି ଦେଇଥାଏ"। କେବଳ ରାହୁଲ ନୁହେଁ ବରଂ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଡିନରରେ ଯୋଗ ଦେଇଥିଲେ।