ମୃତ୍ୟୁ ବରଣ କରିବେ ପୁଟିନ୍ ଓ ଘଟିବ ଏମିତି ସବୁ, ୨୦୨୪ ଲାଗି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ବିଶ୍ୱ ଆତଙ୍କିତ

 
Baba benga

୨୦୨୪ ମସିହାରେ ହେବାକୁ ଯାଉଛି ଋଷ ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା । କେବଳ ସେତିକି ନୁହେଁ ଏପରି ଅନେକ କିଛି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ୨୦୨୪ ମସିହାରେ । ୟୁରୋପରେ ବ୍ୟାପିବ ଅରାଜକତା । ସ୍ଥାନେ ସ୍ଥାନେ ହେବ ଆତଙ୍କବାଦୀଙ୍କ ଆକ୍ରମଣ । ଯେଉଁଥି ପାଇଁ ବ୍ୟାପକ ଧନ ଜୀବନର ହାନୀ ମଧ୍ୟ ଘଟିବ । ଏହା ସବୁ ରହିଛି ଭବିଷ୍ୟ ବାଣୀ ।

ଏହି ଭବିଷ୍ୟ ବାଣୀ କରିଥିବା ବ୍ୟକ୍ତି ଜଣଙ୍କର ଗୋଟି ଗୋଟି ଭବିଷ୍ୟ ବାଣୀ ପୂର୍ବରୁ ସତ ହୋଇ ସାରିଛି । ସେ ୯-୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଇନାଙ୍କ  ମୃତ୍ୟୁ ଆଦି ବିଷୟରେ ଭବିଷ୍ୟ ବାଣୀ କରିଥିଲେ । ଯାହା ସବୁ ପୂର୍ବରୁ ସତ ହୋଇସାରିଛି ।

Baba bhenga

ଏବେ ୨୦୨୪ କୁ ନେଇ ବିଶ୍ବରେ ଦେଖା ଦେଇଛି ଆତଙ୍କ ।  ଏହି ଭବିଷ୍ୟ ବକ୍ତା ଜଣକ ହେଉଛନ୍ତି ବୁଲଗେରିଆର ବାବା ଭେଙ୍ଗା । ତାଙ୍କର ୨୭ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି ।

ବାବା ଭେଂଗା ଜନ୍ମରୁ ଦୃଷ୍ଟିହୀନ ଥିଲେ । ସେ ବର୍ତ୍ତମାନକୁ ଦେଖି ପାରୁ ନ ଥିଲେ ସିନା ହେଲେ ଭବିଷ୍ୟତକୁ ପୁରା ଭଲ ଭାବେ ଦେଖି ପାରୁଥିଲେ ।

ସେ ଆଗକୁ ହଜାର ହଜାର ବର୍ଷ ଧରି କଣ ଘଟିବ ତାହା ସବୁ କହି ଯାଇଛନ୍ତି । ବାବାଙ୍କର ଭବିଷ୍ୟ ବାଣୀ ଅନୁସାରେ ୨୦୧୪ ମସିହାରେ ବହୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏବଂ ସେ ଆହୁରି ମଧ୍ୟ କହିଛନ୍ତି ୨୦୨୪ ରେ କ୍ୟାନ୍ସରର ଔଷଧ ବାହାରିବ ।