ନିଜଠାରୁ ୨୦ ବର୍ଷ ସାନ ଛାତ୍ରକୁ ବିବାହ କରିଥିଲେ ଏହି ମହିଳା ଶିକ୍ଷୟିତ୍ରୀ! କିଛି ମାସ ପରେ ଭଡ଼ାଘରୁ ମିଳିଲା ମୃତଦେହ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Teacher student relationship

ନିଜ ଠାରୁ ୨୦ ବର୍ଷ ସାନ ଛାତ୍ରକୁ ପ୍ରେମ ବିବାହ କରିଥିଲେ ୪୨ ବର୍ଷୀୟା ଖଇରୁନ୍ ନାହର୍। କିନ୍ତୁ, ବିବାହର ମାତ୍ର କେଇ ମାସ ମଧ୍ୟରେ ସେ ରହୁଥିବା ଭଡ଼ା ଘରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ବାଂଲାଦେଶର ରାଜଧାନୀ ଢାକା ଠାରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଏହି ଘଟଣାରେ ମୃତକାଙ୍କ ୨୨ ବର୍ଷୀୟ ସ୍ୱାମୀକୁ ଗିରଫ କରିଛି।

Couples

ମିଳିଥିବା ସୂଚନା ଅନୁଯାଇ ଖଇରୁନ୍ ନାହର୍ ନାହାର ଜିଲ୍ଳା ସ୍ଥିତ ଖୁବିଜପୁର ମୋଜାମେଲ ହକ ଡିଗ୍ରୀ କଲେଜରେ ଦର୍ଶନଶାସ୍ତ୍ର ବିଭାଗରେ ସହକାରୀ ପ୍ରଫେସର ଭାବରେ କାମ କରୁଥିଲେ। ସେଠାରେ ତାଙ୍କର ଦେଖା ୨୨ ବର୍ଷୀୟ ମାମୁନ୍ ହୁସେନଙ୍କ ସହିତ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ସେମାନେ ଗତବର୍ଷ ଡ଼ିସେମ୍ବର ୧୨ ତାରିଖରେ ପ୍ରେମ ବିବାହ କରିଥିଲେ। ତେବେ, ଚଳିତବର୍ଷ ୩୧ ଜୁଲାଇରେ ଏହି ଘଟଣାର ଖବର ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ଖଇରୁନ୍ ବେସ୍ ଚିନ୍ତିତ ରହିଥିଲେ।

Arrested

ଏହାର ୧୪ ଦିନ ପରେ ଅର୍ଥାତ ୧୪ ଅଗଷ୍ଟରେ ଭଡ଼ା ଘରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ତେବେ, ବିବାହ ପରଠାରୁ ସ୍ୱାମୀ ମାମୁନ୍ ୫ ଲକ୍ଷ ଟଙ୍କା ଏବଂ ଏକ ମୋଟରସାଇକେଲ ନେବା ସହିତ ଆଉ ଏକ ଦାମୀ ମୋଟରସାଇକେଲ ପାଇଁ ଦାବି କରୁଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିବା କୁହାଯାଉଛି। ଖଇରୁନଙ୍କ ବାପଘର ଲୋକଙ୍କ ଏତଲା କ୍ରମେ ସ୍ୱାମୀ ମାମୁନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ, ସେଠାରେ ଜାମିନ ଆବେଦନ ଖାରଜ ହେବାପରେ ତାକୁ ଜେଲକୁ ପଠାଇ ଦିଆଯାଇଛି।