ତାଲା ସାହାଯ୍ୟରେ ହସ୍ତମୈଥୁନ କରୁଥିଲା ଯୁବକ, ୧୪ ଦିନ ଯାଏଁ ଫସି ରହିଲା ଯୌନାଙ୍ଗରେ, ଆଉ ତା ପରେ...

 
Jubaka jounag

ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କର ଯୌନାଙ୍ଗ ଦୀର୍ଘ ୧୪ ଦିନ ଧରି ଏକ ତାଲା ଭିତରେ ଅଟକି ରହିଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ଡାକ୍ତରଖାନାରେ ​ଏହାକୁ ହଟାଇବା ପାଇଁ ଏକ ଇଲେକ୍ଟ୍ରିକ୍ କଟରର ବ୍ୟବହାର କରିବାକୁ ପଡ଼ିଛି। 

Private part stuck

ପ୍ରକୃତରେ ୩୮ ବର୍ଷ ବୟସ୍କ ଏହି ଅବିବାହିତ ଯୁବକ ଜଣକ ଏକ ଛୋଟ ତାଲା ସାହାଯ୍ୟରେ ହସ୍ତମୈଥୁନ କରୁଥିଲେ। କିନ୍ତୁ, ଏହି କାର୍ଯ୍ୟ କରିବା ସମୟରେ ସେ ଚାବିକୁ ହଜାଇ ଦେଇଥିବାରୁ ତାଙ୍କ ଯୌନାଙ୍ଗ ସେହି ତାଲା ଭିତରେ ଫସି ରହିଯାଇଥିଲା। ଲୋକଲଜ୍ୟା ହେତୁ ଯୁବକ ଜଣକ ଏ କଥା ନିଜ ମାଆଙ୍କ ଠାରୁ ମଧ୍ୟ ଲୁଚାଇ ରଖିଥିଲେ।

Private part stuck

ତେବେ ଦୀର୍ଘ ୧୪ ଦିନ ପରେ ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା ଏବଂ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ଯୁବକଙ୍କ ଯୌନାଙ୍ଗକୁ ବାହାର କରିବା ପାଇଁ ଇଲେକ୍ଟ୍ରିକ୍ କଟରର ବ୍ୟବହାର କରାଯାଇଥିଲା।

କିନ୍ତୁ, ଏତେ ଦିନ ପର୍ଯ୍ୟନ୍ତ ଫସି ରହିଥିବାରୁ ଯୌନାଙ୍ଗ ରେ ଇଂଫକ୍ସନ୍ ହେଇ ଏହା ବିକୃତ ହୋଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ପୀଡିତଙ୍କ ମାଆଙ୍କୁ ଏ ବିଷୟରେ ପଚରା ଯିବାରୁ ତାଙ୍କ ପୁଅ ଅବିବାହିତ ଥିବାରୁ ନିଜ ଯୌନକାଂକ୍ଷା ପୁରା କରିବା ପାଇଁ ଏପରି କରିଥିବା ସେ ପ୍ରକାଶ କରିଛନ୍ତି।