ତାଲିବାନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, କହିଲେ ଏମିତି କଲେ ପରିଣାମ ହେବ ଭୟଙ୍କର

 
Biden threatens taliban

ଆମେରିକୀୟ ସେନା ଦୀର୍ଘ ୨୦ ବର୍ଷ ଧରି ଯୁଦ୍ଧ କରିବା ପରେ ମଧ୍ୟ ବର୍ତ୍ତମାନ ତାଲିବାନ ହାତକୁ ଚାଲିଯାଇଛି ଆଫଗାନିସ୍ତାନ। ଆଫଗାନ ସେନା ଓ ସରକାରଙ୍କ ଏହି ପରାଜୟ କୁ ନେଇ ସିଧା ସଳଖ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରକୁ ଆଙ୍ଗୁଳି ଉଠିଛି। ବିଭିନ୍ନ ପ୍ରକାରର ସମାଲୋଚନାର ଶିକାର ହେବାପରେ ପ୍ରଥମ ଥର ପାଇଁ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବାଇଡେନ୍। 

Joe biden

କେବଳ ଏତିକି ନୁହେଁ ବରଂ ତାଲିବାନକୁ କଡ଼ା ଚେତାବନୀ ଦେବା ସହ ଆଫଗାନବାସୀଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି। ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନରୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କ ସହ ସେଠାରେ ୨୦ ବର୍ଷ ଯୁଦ୍ଧ ସମୟରେ ଆମକୁ ସମର୍ଥନ କରିଥିବା ସମସ୍ତ ଆଫଗାନବାସୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ ଅଟେ। 

US army

ଆମେରିକା କହିବା ମୁତାବକ କାବୁଲ ବିମାନବନ୍ଦରରେ ପ୍ରାୟ ୬ ହଜ଼ାର ଆମେରିକୀୟ ସୈନିକ ରହିଛନ୍ତି। ସେମାନେ ଅଗଷ୍ଟ ୧୪ ପରଠାରୁ ଆଫଗାନିସ୍ତାନରୁ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିଥିବା ସୂଚନା ଦେଇଛନ୍ତି। ଆମେରିକା ଗୋଟିଏ ପଟେ ବିଶ୍ୱର ଅନ୍ୟତମ ବୃହତ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ଅନ୍ୟପଟେ କୌଣସି ଆମେରିକୀୟ ନାଗରିକ କିମ୍ବା ସୈନିକଙ୍କର କ୍ଷତି ହେଲେ ପରିଣାମ ଭୟଙ୍କର ହେବ ବୋଲି ବାଇଡେନ ତାଲିବାନକୁ ଚେତାଇ ଦେଇଛନ୍ତି।