ଘରେ ପହଞ୍ଚିବ ରାମ ମନ୍ଦିରର ପ୍ରସାଦ, ଫ୍ରି'ରେ ମିଳିବ ରାମଲାଲାଙ୍କ ପ୍ରସାଦ, ଏମିତି କରନ୍ତୁ ଅର୍ଡର

 
Free ram mandir prasad
ଆପଣ ଘରେ ବସି ବିନା ମୂଲ୍ୟରେ ପାଇ ପାରିବେ ଶ୍ରୀରାମଙ୍କ ପ୍ରସାଦ । ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର । ଦୀର୍ଘ ଦିନ ଅପେକ୍ଷାର ସମାପ୍ତି ଘଟିଛି । ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଲାଗି ରହିଥିବା ସମସ୍ତ ବାଦ ବିବାଦର ଅନ୍ତ ଘଟି ଶେଷରେ ପ୍ରଭୁଙ୍କ ଜନ୍ମ ସ୍ଥାନରେ ଏକ ଭବ୍ୟ ମନ୍ଦିରରେ ସ୍ଥାପିତ ହେବାକୁ ଯାଉଛନ୍ତି ସ୍ଵୟଂ ପ୍ରଭୁ ଶ୍ରୀରାମ ।

ର

ଏହି ଦିନ ସାରା ଘରେ ଦୀପାବଳି ପାଳନ କରିବାକୁ ଅନୁରୋଧ କରି କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତ୍ୟେକ ଲୋକଙ୍କ ଆସ୍ଥା, ବିଶ୍ୱାସ ଓ ଆଗ୍ରହକୁ ଆଖି ଆଗରେ ରଖି ଏକ ଘରୋଇ କମ୍ପାନୀ ପ୍ରଭୁ ରାମଙ୍କ ପ୍ରସାଦକୁ ଦେଶର ପ୍ରତ୍ୟେକ ଘରେ ମାଗଣା ବାଣ୍ଟିବାର ଯୋଜନା କରିଛି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଖାଦି ଅର୍ଗାନିକ୍ ନାମକ ଏକ ୱେବସାଇଟ୍ ମାଧ୍ୟମରେ ପ୍ରସାଦ ବଣ୍ଟନ କରାଯିବ । ଏହି ୱେବସାଇଟ୍ ସାରା ଦେଶରେ ମାଗଣା ପ୍ରସାଦ ଯୋଗାଇ ଦେବ ବୋଲି କହିଛି । ତେବେ ଏହି ୱେବସାଇଟ୍ ଟି ହେଉଛି ଡ୍ରିଲ୍ ମ୍ୟାପ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ଏକ ଅଂଶ ଅଟେ । ଏହି କମ୍ପାନୀ ସାଧାରଣତଃ ଭାରତରେ ନିର୍ମିତ ଜୈବିକ ସାମଗ୍ରୀକୁ ଆମେରିକା ଓ କାନାଡ଼ାରେ ବିକ୍ରି କରିଥାଏ । ଏହି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ନୋଏଡା ଠାରେ ରହିଛି । 

Free ram mandir prasad

ଏହି ୱେବସାଇଟ୍ ର ସେଲ୍ସ ହେଡ ଆଦର୍ଶ କହିଛନ୍ତି ଯେ ତାଙ୍କ ଓନର୍ ଆଶିଷ ସିଂ ନିଜ ସ୍ୱପ୍ନରେ ପ୍ରଭୁ ହନୁମାନଙ୍କୁ ଦେଖିଥିଲେ । ଏବଂ ହନୁମାନ ତାଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାଣନ୍ତୁ ଆପଣ କିପରି ପ୍ରସାଦ ଅର୍ଡର କରିବେ ?

*ଖାଦି ଅର୍ଗାନିକ. କମ୍ ୱେବସାଇଟ୍ କୁ ଯାଆନ୍ତୁ । 

*ଏଠାରେ ଥିବା ଫ୍ରୀ ପ୍ରସାଦ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

*ଏହା ପରେ ନିଜ ମୋବାଇଲ୍ ନମ୍ବର ଓ ଡେଲିଭରି ଆଡ୍ରେସ ଦିଅନ୍ତୁ ।

*ଏହା ସହିତ ଆପଣଙ୍କୁ କେବଳ ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ।