୬ ଦିନ ପରେ ଶେଷ ହୋଇଯିବେ ବିକ୍ରମ ଏବଂ ପ୍ରଜ୍ଞାନ, ହେଲେ କେମିତି ଇସ୍ରୋ ପାଇବ ଚନ୍ଦ୍ରପୃଷ୍ଠର ସମସ୍ତ ତଥ୍ୟ?

 
Vikram pragyan

ଏଥି ମଧ୍ୟରେ ଲ୍ୟାଣ୍ଡ ର ବିକ୍ରମ ଓ ରୋଭର ପ୍ରଜ୍ଞାନ ନିର୍ଭୁଲ ଭାବେ ଜାରି ରଖିଛନ୍ତି ନିଜ କାର୍ଯ୍ୟ। ତାଙ୍କ ହାତରେ ଆଉ ବେଶୀ ଦିନ ସମୟ ନାହିଁ। ତାଙ୍କ ପାଖରେ ସମୁଦାୟ ଚଉଦ ଦିନ ସମୟ ରହିଥିଲା। ଚଉଦ ଦିନ ମଧ୍ୟରୁ କିଛି ଦିନ ବିତି ଯାଇଥିବା ପରେ ଆଉ ମାତ୍ର ଛଅ ଦିନ ସମୟ ରହିଛି ପ୍ରଜ୍ଞାନ ହାତରେ।

ଆପଣ ମାନେ ଭାବୁଥିବେ କେବଳ ଚଉଦ ଦିନ କାହିଁକି? ଛଅ ଦିନ ପରେ କାହିଁକି ପ୍ରଜ୍ଞାନ କାମ କରି ପାରିବ ନାହିଁ? ଏହାର ଉତ୍ତର ରେ ଆମେ କହି ରଖୁଛୁ ଏହି ଚଉଦ ଦିନ ପରେ ଚନ୍ଦ୍ରରେ ଘେରିଯିବ ଅନ୍ଧକାର। ଯେଉଁଥି ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଥଣ୍ଡା ବଢିଯିବ। ଚନ୍ଦ୍ର ପୃଷ୍ଠରେ ବାୟୁମଣ୍ଡଳ ନ ଥିବା ହେତୁ ଉଷ୍ମତାର ପ୍ରଶ୍ନ ଉଠୁନି। ଯାହା ଫଳରେ ଥଣ୍ଡା ଅଧିକରୁ ଅଧିକ ବଢିବାରେ ଲାଗିବ।

Vikram

ବିକ୍ରମ ଓ ପ୍ରଜ୍ଞାନ ସୌର ଚାଳିତ ହେତୁ ଆଉ ଛଅ ଦିନ ପରେ ସେମାନେ ନିଷ୍କ୍ରିୟ  ହୋଇପଡ଼ିବେ। ଯେପରି ଖାଦ୍ୟ ବିନା ମଣିଷ ଶରୀର ର ଅବସ୍ଥା ହୋଇଥାଏ ସେହି ପରି ସୌର ଶକ୍ତି ବିନା ପ୍ରଜ୍ଞାନ ଓ ବିକ୍ରମ ନିଷ୍କ୍ରିୟ ହୋଇ ପଡ଼ିବେ।

ଆପଣ ମାନେ ଭାବୁଥିବେ ଏହା ପରେ ପ୍ରଜ୍ଞାନ ଓ ବିକ୍ରମ କୁଆଡେ ଯିବେ? ଏହି ପ୍ରଶ୍ନର ଉତ୍ତର ଇସ୍ରୋ ତରଫରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ବିକ୍ରମ ଓ ପ୍ରଜ୍ଞାନ  ପୃଥିବୀକୁ ଆଉ ଫେରିବ   ନାହିଁ ହୁଏ ତ ଚିର ଦିନ ପାଇଁ ସେମାନେ ସେଠାରେ ରହିଯିବେ। ନିଜକୁ ଧ୍ଵଂସ କରିବାର କ୍ଷମତା ମଧ୍ୟ ସେମାନଙ୍କ ପାଖରେ ରହିଛି।