ନିର୍ବାଚନ ଡ୍ୟୁଟିରେ ଥିବା ASI ମ୍ୟାଡାମଙ୍କୁ ପ୍ରେମରେ ଫସାଇ ନେଇ ଫେରାର୍ ହୋଇଗଲା କନଷ୍ଟେବଳ, ଜାଣନ୍ତୁ ପୁରା ଘଟଣା

 
Asi constable

ଏସଆଇ ମାଡମଙ୍କୁ ନେଇ ଫେରାର ହେଲେ କନେଷ୍ଟବଳ ! ଡ୍ୟୁଟିରେ ଥାଇ ଘଟାଇଲେ ଏଭଳି କାଣ୍ଡ । ସବୁ ଦିନ ପାଇଁ ଚାକିରୀରୁ ହେଲେ ନିଲମ୍ବିତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଗ୍ବାଲିୟର ଠାରେ ।

Asi constable

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ସୂଚନା ଅନୁସାରେ କନେଷ୍ଟବଳ ପ୍ରତାପ ସିଂ ଯାଦବ ଏସଆଇ ନିଶା ଜୈନ ମେ ୮ ତାରିଖରେ ନିର୍ବାଚନ ଟଙ୍କା ପାଇଁ ବାହାରିଥିଲେ । କିନ୍ତୁ ଦୁହେଁ ଟଙ୍କା ସ୍ଥାନରେ ପହଞ୍ଚି ନ ଥିଲେ । କାହାକୁ କିଛି ନ ଜଣାଇ ଦୁହେଁ ଫେରାର ଥିବାରୁ ଦୁହିଁଙ୍କୁ ଚାକିରୀରୁ ନିଲମ୍ବିତ କରା ଯାଇଛି।  

A

ଦୁହିଁଙ୍କୁ ଅନେକ ଖୋଜା ଖୋଜି କରା ଯାଇଥିଲେ ମଧ୍ୟ ଦୁହିଁଙ୍କର କୌଣସି ଖବର ମିଳି ନାହିଁ । ଦୁହିଁଙ୍କ ଫୋନ୍ ଅଫ୍ ରହିଛି । ଦୁହିଁଙ୍କର ଲୋକେସନ୍ ଦିଲ୍ଲୀ ଠାରେ ଦେଖାଇଛି ।

ତେବେ ଘଟଣାର ପ୍ରକୃତ ସତ୍ୟ ଏ ପର୍ଯ୍ୟନ୍ତ ଜଣା ନ ପଡ଼ିଥିଲେ ମଧ୍ୟ ଅନେକଙ୍କର ସନ୍ଦେହ ରହିଛି ଯେ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ ଏବଂ ଏବେ ସାଙ୍ଗ ହୋଇ ଦୁହେଁ ଫେରାର ହୋଇ ଯାଇଛନ୍ତି । ତେବେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।