ନାକ ତଳକୁ ମାସ୍କ ଥିଲା ବୋଲି ପୁଅ ସାମ୍ନାରେ ବାପାକୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍, ଦେଖନ୍ତୁ ଭିଡିଓ

 
ନାକ ତଳକୁ ମାସ୍କ ଥିଲା ବୋଲି ପୁଅ ସାମ୍ନାରେ ବାପାକୁ ଅତି ନୃଶଂସ ଭାବେ ମାଡ଼ ମାରିଲା ପୋଲିସ୍, ଦେଖନ୍ତୁ ଭିଡିଓ

ଇନ୍ଦୋରର ପାର୍ଡିଶିପୁରା ଅଞ୍ଚଳରେ ମାସ୍କ ନ ପିନ୍ଧି ଥିବାରୁ ଜଣେ ପିତାକୁ ନିଜ ପୁଅ ସାମ୍ନାରେ ଅତି ନିର୍ମମ ଭାବରେ ମାଡ଼ ମାରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୋଲିସ ଦ୍ୱାରା କରାଯାଇଥିବା ଅତ୍ୟାଚାର ଦେଖି କେହି ବି ଦୁଃଖୀତ ହୋଇପାରନ୍ତି। ବାପାଙ୍କ ସହ ମାରପିଟ୍ ଦେଖି ନିରୀହ ପୁଅ କାନ୍ଦି କାନ୍ଦି ନେହୁରା ହୋଇଥିଲେ ବି ପୋଲିସ୍ ତା ବାପାଙ୍କୁ ଛାଡ଼ି ନଥିଲା।

ପ୍ରକୃତରେ, ମଙ୍ଗଳବାର ଦିନ ଇନ୍ଦୋରର ପାର୍ଡିଶିପୁରା ଅଞ୍ଚଳରେ ବିନା ମାସ୍କ ଲଗାଇ ଅଟୋ ଚଳାଉଥିବା ଅଟୋ ଡ୍ରାଇଭର କୃଷ୍ଣକାନ୍ତଙ୍କୁ ଦୁଇଜଣ ପୋଲିସ କର୍ମଚାରୀ ଅଟକାଇ ଥିଲେ। ମାସ୍କ ଲଗାଇବା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅଟୋ ଡ୍ରାଇଭର ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏକ ବିତର୍କ ହୋଇଥିଲା। ଅଟୋ ଡ୍ରାଇଭର ଯୁକ୍ତିତର୍କ ଦେଖି ପୋଲିସ୍ କର୍ମଚାରୀମାନେ ରାଗିଯାଇ ତାଙ୍କୁ ଘେରି ଯାଇଥିଲଜ ଏବଂ ତାଙ୍କୁ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ, ତାଙ୍କର 11 ବର୍ଷର ପୁଅ ବାପାଙ୍କୁ ଛାଡି ଦେବା ପାଇଁ ପ୍ରାର୍ଥନା ଜାରି ରଖିଥିଲେ, ତଥାପି ପୋଲିସ କର୍ମଚାରୀ ରାଜି ହୋଇନଥିଲେ। ଦେଖନ୍ତୁ ଭିଡିଓ-

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏସପି ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରି ଲାଇନକୁ ସଂଲଗ୍ନ କରିଥିଲେ। ଏହି ମାମଲାର ତଦନ୍ତ ପାଇଁ ସିଏସପି ପାର୍ଡିଶିପୁରାଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ମାଡ଼ ମାରିଥିବା ୨ ପୋଲିସଙ୍କ କହିବାନୁସାରେ, ଅଟୋ ଡ୍ରାଇଭର ନିଶା ସେବନ କରିଥିବା ପୋଲିସ କହିଛି। ତାଙ୍କ ପରିବାର ସଦସ୍ୟଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଏକ ମାମଲାରେ ପୋଲିସ କର୍ମଚାରୀମାନେ ତାଙ୍କୁ ପଚରାଉଚରା ପାଇଁ ପହଂଚିଥିଲେ, କିନ୍ତୁ ସେ ଅଭଦ୍ରାମୀ କରିଥିଲେ। ଏହି ସମୟରେ କେହି ଜଣେ ଏହି ଭିଡିଓ ତିଆରି କରିଥିଲେ।

ସେପଟେ କୃଷ୍ଣକାନ୍ତ କୁଞ୍ଜିର କହିଛନ୍ତି , ମୋର ମାସ୍କ ଟିକିଏ ତଳକୁ ହୋଇଯାଇଥିଲା। ମୁଁ କିଛି କହିବା ଆଗରୁ ମାରି ଚାଲିଥିଲେ। ମୋ କଥା ଶୁଣିବାକୁ ଚେଷ୍ଟା କଲେନି। ସମସ୍ତଙ୍କ ସାମ୍ନାରେ ନୃଶଂସ ଭାବେ ମାରିଚାଲିଲେ। ମୋତେ ଆଘାତ ଲାଗିଥିଲେ ସୁଦ୍ଧା ଅକଥନୀୟ ଅତ୍ୟାଚାର ଚାଲୁ ରଖିଥିଲା।