ସୁନ୍ଦରୀ ଯୁବତୀଙ୍କୁ ଧରିଦେଲେ ପୋଲିସ, ସୁଟକେସରେ ବୋହୁଥିଲେ ଗଦା ଗଦା ଗଞ୍ଜେଇ, ଜାଣନ୍ତୁ ପୁରା ଘଟଣା
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଜିଆରପି ପୋଲିସ । କୋରାପୁଟରୁ ସମଲେଶ୍ଵରୀ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବତୀକୁ ଗଞ୍ଜେଇ ଭର୍ତ୍ତି ସୁଟକେସ ସହ ଗିରଫ କରିଛି ପୋଲିସ୍। ଗିରଫ ଯୁବତୀ ଜଣକ ମଧ୍ୟପ୍ରଦେଶର ସଞ୍ଜୁ ବିଶ୍ଵକର୍ମା । ସେ ୧୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ କରୁଥିଲେ ।
ସେ ସ୍ଥାନୀୟ ଅଞ୍ଚଳରୁ ଇନ୍ଦୋରକୁ ଗଞ୍ଜେଇ ନେବାକୁ ଯୋଜନା କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରି ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ଯୁବତୀ ଜଣଙ୍କ ଷ୍ଟାଇଲରେ ଧରିଥିବା ସୁଟକେସରେ ଥିଲା ଗଞ୍ଜେଇ। ପୁରା ସ୍ମାର୍ଟ ଦେଖିବା ଯିବା ସହ ଭଦ୍ର ଯୁବତୀ ଭଳି ମଧ୍ୟ ଦେଖା ଯାଉଛନ୍ତି। କିନ୍ତୁ ସୁଟକେସ ଭିତରୁ ଗଞ୍ଜେଇ ବାହାରିଲା ପରେ ଜଣାପଡିଥିଲା ଯୁବତୀ ଜଣଙ୍କ ଚୋରି କରିଛନ୍ତି। ସାଧାରଣ ଲୋକ ମାନେ ସୁଟକେସଟିକୁ ଦେଖିଲେ ଭାବିବେ ସେଥିରେ ଡ୍ରେସ କି ବହି ଖାତା ଥିବ କିନ୍ତୁ ସେହି ସୁଟକେସଟିରୁ ବାହାରୁଛି ଗଦାଗଦା ଗଞ୍ଜେଇ।
ସି ଆରପି ପୋଲିସ ଧରିଛି ସେହି ଯୁବତୀ ଜଣଙ୍କୁ। ଗଞ୍ଜେଇ ଚୋରା ଚାଲାଣ ବେଳେ ଧରି ନେଇଥିଲା ରେଲୱେ ସିଆରପି ପୋଲିସ। କୋରାପୁଟ ଠାରୁ ସମଲେଶ୍ଵରୀ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରିଥିବା ଯୁବତୀଙ୍କୁ ଗଞ୍ଜେଇ ସହ ସୁଟକେସକୁ ଜବତ କରିଛି ପୋଲିସ।
ତେବେ ଗିରଫ ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ସଞ୍ଜୁ ବିଶ୍ଵକର୍ମା ହେଇଥିବା ବେଳେ ୧୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ କରୁଥିଲେ। ପ୍ରାଥମିକ ତଦନ୍ତରୁ ସ୍ଥାନୀୟ ଅଞ୍ଚଳରୁ ଇନ୍ଦ୍ରକୁ ଦେବାକୁ ଯୋଜନା କରିଥିଲେ ଯୁବତୀ। ତେବେ ମାର୍ଜିଷ୍ଟିଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବ ନେଇ ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।