ଏହି କ୍ଷେତ୍ରରେ ବିଶ୍ୱର ପ୍ରମୁଖ ନେତାଙ୍କୁ ପଛରେ ପକାଇ ମୋଦି ନମ୍ବର ୱାନ୍, ବାଇଡେନ୍ ଓ ଜନସନ୍ ପଡ଼ିଲେ ପଛରେ, ଜାଣନ୍ତୁ ପୂରା ଖବର

 
Modi in top

ପୁଣି ଆଉ ଏକ ତାଲିକାରେ ବିଶ୍ୱ ଦରବାରରେ ଶୀର୍ଷତମ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଦ୍ୟ ପ୍ରକାଶିତ ଆପ୍ରୁଭାଲ ରେଟିଂ ଅନୁଯାଇ ନରେନ୍ଦ୍ର ମୋଦି ବିଶ୍ୱର ଅନ୍ୟ ସମସ୍ତ ରାଜନେତାଙ୍କୁ ପଛରେ ଛାଡ଼ି ଦେଇଛନ୍ତି। ଗ୍ଲୋବାଲ୍ ଲିଡର ଆପ୍ରୁଭାଲ ରେଟିଂରେ ୭୦% ଆପ୍ରୁଭାଲ ରେଟିଂ ସହ ମୋଦି ତାଲିକାର ଶୀର୍ଷରେ ରହିଛନ୍ତି।

Narendra modi

ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁଯାଇ ମୋଦିଙ୍କୁ ୭୦ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି। ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହିତ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି।

Tweet

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଖାସ୍ କରି ଆଫଗାନିସ୍ତାନକୁ ତାଲିବାନ ଅଧିଗ୍ରହଣ କରିବା ପରେ ବାଇଡେନଙ୍କ ଆପ୍ରୁଭାଲ ରେଟିଂ କମିବାରେ ଲାଗିଛି। ବର୍ତ୍ତମାନ ବାଇଡେନ ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। କେବଳ ଏତିକି ନୁହେଁ ବରଂ ବାଇଡେନଙ୍କ ଡିସାପ୍ରୁଭାଲ ରେଟିଂ ମଧ୍ୟ ୪୪ ପ୍ରତିଶତ ରହିଥିବା ଜଣାଯାଇଛି।