ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଆକାଉଣ୍ଡ ରେ ପଡିଛି ଏମିତି ଟଙ୍କା! ସାମ୍ନାକୁ ଆସିଲା ବଡ଼ ଖବର

 
Modi

କଣ ଆପଣ ଜାଣନ୍ତି କି ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ରହିଛି ? ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି  ? ଏପରି ପ୍ରଶ୍ନ କେବେ ଆପଣ ମାନଙ୍କ ମନକୁ ନିଶ୍ଚୟ ଆସିଥିବ । କାରଣ ବିଶେଷ କରି ଭାରତର ସମସ୍ତ ରାଜନେତା ପୁରା ମାଲାମାଲ । ସାଧାରଣ ସରପଞ୍ଚ ଠାରୁ ଆରମ୍ଭ କରି କ୍ୟାବିନେଟ୍ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଠି ପ୍ରାୟ ଧନୀ ଶ୍ରେଣୀର ।

Modi

ହେଲେ ଅନ୍ୟ ନେତାଙ୍କ ତୁଳନାରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିବା ଅର୍ଥରାଶିର ପରିମାଣ ଆପଣ ଜାଣିଲେ ଆପଣଙ୍କୁ ହୁଏ ତ ଝଟକା ଲାଗିପାରେ । ହେଲେ ଏହି ସୂଚନା ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ଦିଆ ଯାଇଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୌଣସି ସମ୍ପତ୍ତି ନାହିଁ । ତାଙ୍କ ପାଖରେ ମାତ୍ର ନଗଦ ୩୦,୦୨୪ ଟଙ୍କା ରହିଛି ଓ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁସାରେ, ମୋଦୀଙ୍କ ପାଖରେ ୪ଟି ସୁନା ମୁଦି ରହିଛି ଯାହାର ମୂଲ୍ୟ ୨,୦୧,୬୬୦ ଟଙ୍କା । ଏଫଡିରେ ୨ କୋଟି ୪୭ ଲକ୍ଷ ୪୪ ହଜାର ଟଙ୍କା ରହିଛି । ଏପରିକି ଡାକ ଘରେ ତାଙ୍କ ନାମରେ ଥିବା ଜମା ରାଶି ହେଉଛି ୯ ଲକ୍ଷ ୧୯ ହଜାର ଟଙ୍କା । 

Account

ତେବେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ଯୋଜନା ପ୍ରତି ବର୍ଷ ପିଏମଓ ଦ୍ୱାରା ପବ୍ଲିସ କରା ଯାଇଥାଏ । ତେବେ ଯଦି ଚଳିତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ଦେଖାଯାଏ ତେବେ ଏହା ଗତ ବର୍ଷ ତୁଳନାରେ ଅଧିକ ଅଟେ । ତେବେ ପ୍ରଧାନମନ୍ତ୍ରୀଙ୍କ ମୋଟ୍ ସମ୍ପତ୍ତି ହେଉଛି ୨ କୋଟି ୫୮ ଲକ୍ଷ ୯୬ ହଜାର । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ଯାନ ବାହନ ନାହିଁ କି ଜମି ବାଡ଼ି ମଧ୍ୟ ନାହିଁ ।