ଗାଁ ଛାଡ଼ୁଛନ୍ତି ଭାରତୀୟ, ଭାରତ ପାକିସ୍ତାନ ଚୀନ ମଧ୍ୟରେ ହେବ ଯୁଦ୍ଧ? ଜନବସତିକୁ ଟାର୍ଗେଟ କରୁଛି ପାକ୍ ସେନା, ଜାଣନ୍ତୁ ପୁରା ଖବର

 
Judha

ହମାସ ଓ ଇସ୍ରାଏଲ ପରେ ଏବେ ଭାରତ ଓ ପାକିସ୍ତାନ । କଣ ସତରେ ପୁଣି ଆରମ୍ଭ ହୋଇଯିବ ଭୟଙ୍କର ପରିସ୍ଥିତି । ଭାରତ ଓ ପାକିସ୍ତାନ ସୀମାରେ ଏବେ ଦେଖା ଦେଇଛି ଅଶାନ୍ତ ପରିସ୍ଥିତି । ସବୁଥର ପରି ଏଥର ମଧ୍ୟ ପଛ ପଟୁ ଆକ୍ରମଣ କରିଛି ପାକିସ୍ତାନ ।

ଯାହା ଜବାବ୍ ଦେବା ପାଇଁ ଭାରତ ସମ୍ପୂର୍ଣ ପ୍ରସ୍ତୁତ ରହିଛି । ହେଲେ ଏବେ ପ୍ରଶ୍ନ ଉଠୁଛି ଭାରତକୁ ଡରି ଏତେ ଦିନ ସ୍ଥିର ରହିଥିବା ପାକିସ୍ତାନ କାହା ସାହସରେ ପୁଣି ଆକ୍ରମଣ କରିଛି ଭାରତ ଉପରେ ।

India Pakistan

ପାକିସ୍ତାନର ଏଭଳି ଅଚାନକ ହମଲା ପାଇଁ ଭୟ ଭିତ ହୋଇ ପଡିଛି ସୀମା ବାହିନୀ । ଜବାନ ମଧ୍ୟ ରାତି ଦିନ ଏକ କରିଦେଇଛନ୍ତି ସୁରକ୍ଷା ବଜାୟ ରଖିବାରେ । ସୀମାର ଅଶାନ୍ତ ପରିସ୍ଥିତିକୁ ଆଖି ଆଗରେ ରଖି ସୀମା ନିକଟବର୍ତ୍ତୀ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଛି ।

ଏପଟେ ଚିନ ଓ ପାକିସ୍ତାନର ସାମରିକ ଅଭ୍ୟାସ ପାଇଁ ଦୁଇ ଦେଶର ଜାହାଜ ଆରବ ସାଗରରେ ଘୁରି ବୁଲୁଛନ୍ତି । ଯାହା ପାଇଁ ଭାରତକୁ ଅଧିକ ସତର୍କ ରହିବାକୁ ପଡ଼ିପାରେ । ସାରା ବିଶ୍ବ ଏବେ ଗୋଟିଏ ପରେ ଗୋଟିଏ ଯୁଦ୍ଧର ସାମ୍ନା କରିବାରେ ଲାଗିଛି ।

ହେଲେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଉପୁଜେ ତେବେ ଏହା ତୃତୀୟ ବିଶ୍ଵ ଯୁଦ୍ଧରରେ ପରିଣତ ହୋଇ ପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।