କରୋନା ରେ ପୀଡିତ ଭାରତୀୟଙ୍କ ପାଇଁ ଏତେ ଲକ୍ଷ ଦାନ କରିବା ପରେ ମଧ୍ୟ ଟ୍ରୋଲ୍ ହେଲେ ପ୍ୟାଟ କମିନ୍ସ, କାରଣ ଅତି ନିନ୍ଦନୀୟ 

 
କରୋନା ରେ ପୀଡିତ ଭାରତୀୟଙ୍କ ପାଇଁ ଏତେ ଲକ୍ଷ ଦାନ କରିବା ପରେ ମଧ୍ୟ ଟ୍ରୋଲ୍ ହେଲେ ପ୍ୟାଟ କମିନ୍ସ, କାରଣ ଅତି ନିନ୍ଦନୀୟ

ଭାରତରେ କରୋନା ମାମଲା ବୃଦ୍ଧି ହେତୁ ଅନେକ ଅଷ୍ଟ୍ରେଲୀୟ ଖେଳାଳି ନିଜ ଦେଶକୁ ଫେରି ଯାଉଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ପ୍ୟାଟ୍ କମିନ୍ସ ଦେଶର ଏହି କଷ୍ଟ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ପ୍ରକୃତରେ କମିନ୍ସ ଭାରତର ପ୍ରଧାନମନ୍ତ୍ରୀଙ୍କ ପିଏମ କେୟାର ଫଣ୍ଡକୁ ୫୦ ହଜାର ଡଲାର ଅଥବା ପ୍ରାୟ ୩୭ ଲକ୍ଷ ଟଙ୍କା ଦାନ କରିଛନ୍ତି। ବିଶେଷ କରି ଭାରତର ଡାକ୍ତରଖାନା ପାଇଁ ଅମ୍ଳଜାନ ଯୋଗାଣ ଓ ଏହାକୁ କିଣିବାରେ  ସାହାଯ୍ୟ କରିବା ପାଇଁ କମିନ୍ସ ଏହି ଟଙ୍କା ଦାନ କରିଛନ୍ତି। 

ତେବେ ଏହି ଖବର ସୋସିଆଲ ମିଡିଆରେ ବ୍ୟାପିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ବେଳେ କେତେକ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। 

ବାସ୍ତବରେ, କିଛି ପ୍ରଶଂସକମାନେ କମିନ୍ସଙ୍କ ଭଲ କାମ ସତ୍ତ୍ୱେ ତାଙ୍କୁ ଟ୍ରୋଲ କରୁଛନ୍ତି। ଏହାର କାରଣ ସେ ପିଏମ୍ କେୟାର ଫଣ୍ଡକୁ ଏହି ଟଙ୍କା ଦାନ କରିଛନ୍ତି ଯାହା ପ୍ରଶଂସକମାନଙ୍କୁ ପସନ୍ଦ ଆସିନାହିଁ,ତେବେ ଆସନ୍ତୁ ଦେଖିବା ପ୍ରଶଂସକମାଙ୍କର ଭିନ୍ନ ଭିନ୍ନ ମନ୍ତବ୍ୟ:-