ଘାରିଲା ଅନ୍ଧବିଶ୍ୱାସ ପାର୍ଲେଜି ବିସ୍କୁଟ ନଖାଇଲେ ହେବ ମୃତ୍ୟୁ, ବିସ୍କୁଟ କିଣିବାକୁ ଲାଗିଲା ଲମ୍ବା ଲାଇନ, ଦେଖନ୍ତୁ ଭିଡ଼ିଓ

 
Biscuit rumours

ବିହାରରେ ଅନ୍ଧବିଶ୍ୱାସକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୁଜବଟି ଜିତିଆ ପର୍ବକୁ ନେଇ ଉପୁଜିଛି। ଏହି ଗୁଜବ ଅନୁଯାଇ ପୁଅମାନେ ଜିତିଆ ପର୍ବରେ ପାର୍ଲେ-ଜି  ବିସ୍କୁଟ ନ ଖାଇଲେ ତାଙ୍କର ଭବିଷ୍ୟତରେ ବହୁତ୍ ଅସୁବିଧା ହେବ ବୋଲି କୁହାଯାଉଛି। ଏହି ଖବରଟି ସାରା ରାଜ୍ୟରେ ନିଆଁ ପରି ବ୍ୟାପିବାରେ ଲାଗିଛି।

Parle G

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ବିହାରରେ ଜିତିଆ ପର୍ବ ପାଳନ କରାଯାଇଥାଏ। ଏହି ପର୍ବରେ ମାଆମାନେ ତାଙ୍କ ପିଲାମାନଙ୍କର ଦୀର୍ଘ ଆୟୁ ଏବଂ ସୁସ୍ଥ-ସମୃଦ୍ଧ ଜୀବନ ପାଇଁ ଦିନତମାମ ଉପବାସ କରିଥାନ୍ତି। କିନ୍ତୁ, ଚଳିତ ବର୍ଷ ବିହାର ଜିଲ୍ଲାର କେତେକ ସ୍ଥାନରେ ପାର୍ଲେ-ଜୀ ବିସ୍କୁଟକୁ ନେଇ ଗୁଜବ ସୃଷ୍ଟି ହୋଇଛି। ତେବେ, ଏହି ଗୁଜବ କିପରି ଜିଲ୍ଲାରେ ବ୍ୟାପିଲା ଓ କିଏ ଏଥିପାଇଁ ଦାୟୀ ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ ଗୁରୁବାର ଦିନ ଜିଲ୍ଲାର ବିଭିନ୍ନ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ଲୋକେ ପାନ ଦୋକାନ ଏବଂ ତେଜରାତି ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହୋଇଥିଲେ। ଏହି ଗୁଜବ ପରେ ବିସ୍କୁଟ ବିକ୍ରି ବୃଦ୍ଧି ପାଇଥିବା ବେଳେ ଏହାର ଚାହିଦା ମଧ୍ୟ ବଢ଼ି ଯାଇଥିଲା। ଏହି ଗୁଜବରେ କିଛି ଦୋକାନୀଙ୍କର କଳାବଜାରୀ ଜଡ଼ିତ ରହିଥିବା ଅଭିଯୋଗ ହୋଇଛି। ଏପରିକି ସୀତାମଢ଼ି ଜିଲ୍ଲାରେ ସେଦିନ ୫ ଟଙ୍କାର ବିସ୍କୁଟ ପ୍ୟାକେଟ ୫୦ ଟଙ୍କାରେ ବିକ୍ରି ହୋଇଥିବା ମଧ୍ୟ ଖବର ମିଳିଛି।