ଏକମାତ୍ର ପୁଅ ଥିବା ମା-ବାପାଙ୍କୁ ମିଳିବ ଏକାଥରେ ଲକ୍ଷେ ଟଙ୍କା, ଶୀଘ୍ର ଉଠାନ୍ତୁ ଏହି ସ୍କିମର ଫାଇଦା
ଆପଣମାନେ ସମସ୍ତେ ତ ଆଜିକାଲି ପୋଷ୍ଟଲରେ ଆସୁଥିବା ସେବା ବିଷୟରେ ଜାଣିଥିବେ । ଅନେକ ଯୋଜନା ଏବେ ସାମ୍ନାକୁ ଆସୁଛି । ଏବେ ଆପଣମାନେ ଏହି ଖବର ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । କନ୍ୟା ସନ୍ତାନଟିଏ ଜନ୍ମ ହେଲେ ବାପା ମାଆ ଅନେକ କିଛି ଟଙ୍କା ଜମା କରି ରଖିଥାନ୍ତି କିନ୍ତୁ ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ । ଆପଣମାନେ ସମସ୍ତେ ଦେଖିପାରିବେ କି ପୋଷ୍ଟାଲରେ ନୂଆ ଯୋଜନା ଆସିଛି ।
ଏହି ଯୋଜନା ଡାକଘରର ଗ୍ରାମୀଣ ଡାକ ଜୀବନ ବୀମା ଅଧୀନରେ ଆସେ । ପ୍ରତିଦିନ ୬ ଟଙ୍କା ନିବେଶ କରି ଆପଣମାନେ ଏକ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ଆଜିକାଲିକା ମୁଦ୍ରାସ୍ଫୀତିର ଯୁଗରେ ବାପାମାମାନେ ତାଙ୍କ ପିଲାମାନଙ୍କ ପାଇଁ ଅନେକ କଥା ଭାବିଥାଆନ୍ତି । ସେମାନେ ସେମାନଙ୍କ ପିଲାମାନଙ୍କ ଜନ୍ମରୁ ହିଁ ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରି ଦିଅନ୍ତି । ବାପାମା ସେମାନଙ୍କ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଛୋଟ ବେଳୁ ଟଙ୍କା ନିବେଶ କରିବା ଆରମ୍ଭ କରି ଦିଅନ୍ତି ।
ଆପଣମାନେ ଯଦି ଆପଣଙ୍କ ଟଙ୍କା ନିବେଶ କରିବାକୁ ଭାବୁଛନ୍ତି ତାହେଲେ ଆପଣ ପୋଷ୍ଟ ଅଫିସର ଏହି ବାଲ୍ ଜୀବନ ବୀମା ଯୋଜନାରେ ଟଙ୍କା ନିବେଶ କରନ୍ତୁ । ଏହା ଆପଣଙ୍କ ପାଇଁ ଭଲ ଅଟେ । ଏହି ଯୋଜନା କରିଲେ ଆପଣ ଆପଣଙ୍କ ପିଲାର ଶିକ୍ଷା ଆଉ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ସଞ୍ଚୟ କରିପାରିବେ । ଡାକଘରର ବାଲ୍ ବୀମା ଯୋଜନା ଗ୍ରାମୀଣ ଡାକ ଜୀବନ ବୀମା ଅଧୀନରେ ଆସିଥାଏ । ଏହା ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବୀମା ଯୋଜନା ଅଟେ । ପିଲାମାନଙ୍କ ପାଇଁ ପିତାମାତା ଏହି ଯୋଜନା କିଣିପାରିବେ ।
ଏହି ଯୋଜନାରେ ଆବେଦନ କରିବା ପାଇଁ ପିଲାମାନଙ୍କ ପିତାମାତାଙ୍କ ବୟସ ୪୫ ବର୍ଷରୁ କମ୍ ହେବା ଦରକାର । ବାଲ୍ ଜୀବନ ବୀମା ୫ ରୁ ୨୦ ବର୍ଷ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାରେ କେବଳ ଦୁଇଟି ପିଲାଙ୍କୁ ସାମିଲ କରିପାରିବେ। ଯଦି ଗୋଟିଏ ପୁଅ ଓ ଝିଅ କିମ୍ୱା ୨ଟି ପୁଅ, ୨ଟି ଝିଅ ଥିଲେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଘରେ ପୁତ୍ର ସନ୍ତାନ ଅଛି ତେବେ ଏହି ଯୋଜନା ସେମାନଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହୋଇପାରେ ବୋଲି କୁହାଯାଇଛି । ଏହି ଯୋଜନାରେ ଆପଣମାନେ୬ ଟଙ୍କାରୁ ୧୮ ଟଙ୍କା ରଖିପାରିବେ । ଏହି ଯୋଜନା ୨୦ ବର୍ଷ ବା ୫ ବର୍ଷ ପାଇଁ ଆପଣମାନେ କରିପାରିବେ ।