ଆତଙ୍କବାଦୀର ଟାର୍ଗେଟରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ, ଦରକାର ପଡ଼ିଲେ ହତ୍ୟା କରିବ ଏହି ରଜନେତାଙ୍କର, ଜାଣନ୍ତୁ ପୁରା ଖବର

 
Pannu yogi adityanath
ଖଲିସ୍ଥାନୀ ଆତଙ୍କବାଦୀ ପନ୍ନୁ ଜାରି କଲା ଧମକ ପୂର୍ଣ୍ଣ ଅଡିଓ କ୍ଲିପ୍ । ଥରେ ନୁହଁ ବାରମ୍ବାର ପନ୍ନୁ ଭାରତକୁ ଦେଇ ଚାଲିଛି ଧମକ । କେତେବେଳେ ଭାରତର ସଂସଦ ଭବନରେ ଆକ୍ରମଣର ଧମକ ତ କେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମାରିବାର ଧମକ । ବର୍ତ୍ତମାନ ପୁଣି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବାରମ୍ବାର ଗୋଟିଏ ପରେ ଗୋଟିଏ ଧମକ ଦେଇ ଚାଲିଛି ପନ୍ନୁ । 

ହିଁ

ପନ୍ନୁ ଏହି ଅଡିଓ କ୍ଲିପ୍ ରେ କହିଛି ଦରକାର ପଡିଲେ ସେ କୌଣସି ରାଜନେତାଙ୍କର ହତ୍ୟା ମଧ୍ୟ କରିପାରେ । ଏହି ରାଜନେତା ଯୋଗୀ ଆଦିତ୍ୟ ନାରାୟଣ ବୋଲି ସନ୍ଦେହ କରା ଯାଉଛି । ଏହା ମଧ୍ୟ ସତ ଯେ ପନ୍ନୁର ଏଭଳି ଧମକରେ ଭାରତକୁ ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ । ହେଲେ ଭାରତକୁ ଏପରି ବାରମ୍ବାର ପ୍ରତିଟି ଉତ୍ସବରେ ଧମକପୂର୍ଣ୍ଣ ଭିଡିଓ ବା ଅଡିଓ ଜାରି କରିବା ମଧ୍ୟ କିଛି ଭଲ ଖବର ନୁହେଁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଶୁଣିବାକୁ ମିଳୁଛି ଆଯୋଧ୍ୟ ନିକଟବର୍ତ୍ତୀ ଏରିଆରୁ ପୋଲିସ୍ ଦ୍ୱାରା ୩ଜଣ ସନ୍ଦେହି ଯୁବକଙ୍କୁ ଗିରଫ କରା ଯାଇଛି । ଜଣା ପଡିଛି ଯେ ସେମାନେ କୌଣସି ଏକ ଆତଙ୍କବାଦୀ ସଂଗଠନ ସହିତ ସଂଶ୍ଳିଷ୍ଟ ଥାଇ ପାରନ୍ତି । ହେଲେ ଏଭଳି ପରିସ୍ଥିତିରେ ଏହି କଥାକୁ ଅଣଦେଖା କରାଯାଇ ନ ପାରେ । ଯେଉଁଥି ପାଇଁ ପୋଲିସ୍ ସେମାନଙ୍କୁ ଗିରଫ କରି ନିଜ ତରିକାରେ ପଚରା ଉଚରା ଆରମ୍ଭ କରିଛି ।

Pannu

ଯେଉଁଥି ପାଇଁ ପନ୍ନୁକୁ ମିଳି ଯାଇଛି ଏକ ମାଧ୍ୟମ । ଏହି ୩ ସନ୍ଦେହୀ ଯୁବକଙ୍କ ସପକ୍ଷରେ ଯାଇ ପନ୍ନୁ ମାଗୁଛି ନ୍ୟାୟ । ଏହା ମଧ୍ୟ ସତ ଯେ ଧମକକୁ ଅଣଦେଖା କରିବା ଭୁଲ୍ ସାବ୍ୟସ୍ତ ହୋଇପାରେ । ତେଣୁ କରି ଭାରତରେ ବିଶେଷ କରି ଅଯୋଧ୍ୟା ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାରାୟଣଙ୍କୁ ମଧ୍ୟ ଫୁଲ୍ ସୁରକ୍ଷାରେ ରଖା ଯାଇଛି ।