ଭାରତ ଉପରେ ପାକିସ୍ତାନର ଆକ୍ରମଣ, ଭାରତ ଏବେ କିପରି ଦେବ ଜବାବ୍, ଜାଣନ୍ତୁ ପୁରା ଖବର

 
India pakistan

ଦୀର୍ଘ ଦିନ ପରେ ପୁଣି ଭାରତ ଉପରେ ଆକ୍ରମଣ କରିଛି ପାକିସ୍ତାନ। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ହୁଏ ତ ପାକିସ୍ଥାନକୁ ଶାନ୍ତିରେ ରହିବା ଭଲ ଲାଗେ ନାହିଁ , ନଚେତ୍ ଏ ପର୍ଯ୍ୟନ୍ତ ପାକିସ୍ତାନ ଭାରତର ଶକ୍ତିକୁ ଚିହ୍ନି ପାରି ନାହିଁ ।

ହେଲେ ଇତିହାସ ସାକ୍ଷୀ ଅଛି ଯେବେ ଯେବେ ପାକିସ୍ତାନ ଏପରି ହରକତ କରିବାକୁ ଚେଷ୍ଟା କରିଛି ସେବେ ସେବେ ଭାରତ ଏହାର କଡ଼ା ଜବାବ ଦେଇଛି ।

ସୂଚନା ଅନୁସାରେ, ଭାରତ ସୀମା ନିକଟବର୍ତ୍ତୀ ବିଏସଏଫ ଯବାନଙ୍କ ଶିବିର ଉପରେ ଆକ୍ରମଣ କରିଛି ପାକ ସୈନ୍ୟ । ଯେଉଁଥିରେ ଦୁଇ ଯବାନଙ୍କ ସହିତ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଘାୟଲ୍ ହୋଇଥିଲେ । ପାକିସ୍ତାନର ଏଭଳି ପଛୁଆ ଆକ୍ରମଣର ପରିଣାମ ଭୋଗ କରିବାକୁ ପଡିବ ପାକିସ୍ଥାନକୁ । ଭାରତ ଏଥି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିଛି ।

India Pakistan

ଗତ ୨୬ ତାରିଖ ଦିନ କିଛି ଆତଙ୍କବାଦୀ ଭାରତ ସୀମା ପାର ହୋଇ ପଶି ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରାୟ ୫ ଜଣ ଆତଙ୍କବାଦୀଙ୍କୁ ବିଏସଏଫ ଯବାନ ମାରି ଦେଇଥିଲେ । ଯାହାର ବଦଲା ନେଉଛି ପାକିସ୍ତାନ । ହେଲେ ଏହାର ପରିଣାମ ଯେ କେତେ ଭୟଙ୍କର ହୋଇପାରେ ତାହା ହୁଏ ତ ଅନୁମାନ କରି ନାହିଁ ପାକିସ୍ତାନ ।

୨୭ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ବେଳକୁ ବିନା କୌଣସି ପୂର୍ବ ସୂଚନା  ଦେଇ ଯବାନଙ୍କ ଶିବିର ଓ ସାଧାରଣ ଘର ଗୁଡ଼ିକ ଉପରେ ମଧ୍ୟ ଗୁଳି ଚାଳନା କରିଥିଲା। କିଛି ସାଧାରଣ ଲୋକଙ୍କୁ ମଧ୍ୟ ବହୁ କ୍ଷୟ କ୍ଷତି ସହିବାକୁ ପଡ଼ିଛି । ସ୍ଥାନୀୟ ଲୋକେ ବର୍ତ୍ତମାନ ଭୟଭୀତ ଅଛନ୍ତି ।