ଜଣେ ଧରିଲା ଆଉ ଜଣେ ମୋ ଡ୍ରେସ ଫାଡି ଚାଲିଲା, ପାକିସ୍ତାନିଙ୍କ ପାଇଁ ମୁଁ ସେତେବେଳେ ଖେଳନା ଥିଲି, ଦେଖନ୍ତୁ ହୃଦୟଥରା ଭିଡ଼ିଓ

 
Pakistani girl

ପାକିସ୍ତାନରେ ଜଣେ ମହିଳା ଟିକଟକର୍ ଙ୍କୁ ପ୍ରାୟ ୩୦୦ ରୁ ୪୦୦ ଶହ ଲୋକେ ଅପବ୍ୟବହାର ସହ ଅସଦାଚରଣ କରିଥିବା ମାମଲା ସାମ୍ନାକୁ ଆସିଛି। ୧୪ ଅଗଷ୍ଟ ଦିନ ପାକିସ୍ତାନର ସ୍ୱାଧୀନତା ଦିବସରେ ଏହି ଘଟଣା ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତା ଯୁବତୀ ଆଏଶା ଆକ୍ରମ ଗଣମାଧ୍ୟମ ଆଗରେ ଏହି ପୁରା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି।

Ayesha akram

ଆଏଶାଙ୍କ କହିବା ଅନୁଯାଇ ସେ ୧୪ ଅଗଷ୍ଟ ଦିନ ଲହୋରର ଗ୍ରେଟର ଇକବାଲ୍ ପାର୍କ କୁ ନିଜ ସହଯୋଗୀ ମାନଙ୍କ ସହ ଯାଇଥିଲେ। ସେଠାରେ ସେମାନେ ଭିଡ଼ିଓ ରେକର୍ଡ଼ କରୁଥିବା ସମୟରେ କିଛି ସମର୍ଥକ ସେଲ୍ଫି ଉଠାଇଥିଲେ। କିନ୍ତୁ, ଏହାପରେ ଧୀରେ ଧୀରେ ଭିଡ଼ ବଢ଼ିବା ସହିତ ୩୦୦ ରୁ ୪୦୦ ଲୋକ ସେମାନଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ମାତ୍ର ୧୫ ମିନିଟ ସମୟ ଭିତରେ ଲୋକମାନେ ଆଏଶାଙ୍କ ଦେହରୁ କପଡ଼ା କାଢ଼ିନେବା ସହିତ ତାଙ୍କୁ ଜୀଅନ୍ତା ଖେଳନା ପରି ବ୍ୟବହାର କରିଥିଲେ। ସେହିଦିନ ସନ୍ଧ୍ୟା ୬.୩୦ ରୁ ପ୍ରାୟ ୯ ଟା ପର୍ଯ୍ୟନ୍ତ ପ୍ରାୟ ୨.୫ ଘଣ୍ଟା ଧରି ଏହି ଘଟଣା ଘଟିଥିଲା। ଦେଖନ୍ତୁ ଭିଡ଼ିଓ:-

କେବଳ ଆଏଶା ନୁହେଁ ବରଂ ତାଙ୍କ ସହ ଥିବା ସହଯୋଗୀ ମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡିଛି। ଯେଉଁଥିରେ ସେମାନେ ଆହତ ହେବାସହ ସୁନା ଗହଣା ଏବଂ ପ୍ରାୟ ୧୫,୦୦୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଲହୋର ସ୍ଥିତ ଥାନାରେ ଅଭିଯୋଗ ହୋଇଥିବା ବେଳେ ଭିଡ଼ିଓ ଫୁଟେଜ୍ କୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି।