ବାରବାଟୀ ପାଇଁ ଭାରତର ମଜାକ୍ ଉଡାଉଛି ପାକିସ୍ତାନ, BCCI ହେଲା ଵୟଙ୍କର ଟ୍ରୋଲ୍, ଜାଣନ୍ତୁ ପୁରା ଖବର
ରବିବାର ଓଡିଆଇ ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀରେ ଅନୁଷ୍ଠିତ ହୋଇଥିଲା । ୩୭ ବଲରେ ଭାରତ ୪୮ ରନ୍ କରିଥିବାବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଫ୍ଲଡ୍ ଲାଇଟ୍ ଲିଭିଯାଇଥିଲା । ଯାହାପାଇଁ ମ୍ୟାଚ୍ ମଝିରୁ ରୋକିବାକୁ ପଡ଼ିଥିଲା । ଏ କଥାକୁ ନେଇ ଭାରତକୁ ଟ୍ରୋଲ କରିବା ପାଇଁ ସୁଯୋଗ ମିଳିଯାଇଛି ପାକିସ୍ତାନକୁ । ଲାଇଟ୍ ଲିଭା ଘଟଣାକୁ ନେଇ ସୋସିଆଲ ମିଡିଆରେ ନିନ୍ଦାଜନକ ଭିଡିଓ ଅପଲୋଡ କରୁଛି ପାକିସ୍ତାନ ।
ବାରବାଟୀରେ ଲାଇଟ କଟିବା ଏବେ ସବୁଠାରୁ ବଡ ପ୍ରସଙ୍ଗ । ଯେତେବେଳେ ଲାଇଟ କଟିଥିଲା ଧ୍ୟାନ ସମସ୍ତଙ୍କର ଏହାରି ଉପରେ ରହିଥିଲା । ଆଉ ଲାଇଟ୍ ଚାଲିଯିବାର ୧୦ ସେକେଣ୍ଡ ପରେ ଲାଇଟ୍ ଆସିଥାଏ କିନ୍ତୁ ଏହି ଲାଇଟ୍ ଲିଭି ଯିବା ପରେ ୨୦ କି ୩୦ ମିନିଟ ପରେ ଲାଇଟ୍ ଲାଗିଥିଲା । ଆଉ ଏବେ ଏନେଇ ବିସିସିଆଇର ମୁଣ୍ଡ ତଳକୁ ହୋଇଯାଇଛି ।
ଏଭଳି ଅନେକ ମ୍ୟାଚରେ ଲାଇଟ୍ କଟିଛି ଆଉ ସେମାନେ ଦୋଷ ଲଦୁଛନ୍ତି ଡ଼୍ରାଇଭରଙ୍କ ଉପରେ । କିନ୍ତୁ ବସ ଡ୍ରାଇଭର କହିଛନ୍ତି ସେମାନେ ଖେଳ ଦେଖୁନଥିଲେ ସେମାନେ ବିଶ୍ରାମ ନେଉଥିଲେ । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି । ଜେନେରେଟର ଆସି ପାରିଲା ନାହିଁ । ଲାଇଟ୍ ଲିଭିବା ଘଟଣାକୁ ଲଜ୍ଜାଜନକ କହିବା ସହ ବିସିସିଆଇ ଉପରେ ଆଟାକ କରି କହିଛି, ବିସିସିଆଇ ପାଖରେ ଟଙ୍କା ନାହିଁ ତାକୁ କିଏ ପଇସା ପଠାଅ । ନହଲେ ଚାଇନା ଫ୍ଲଡ୍ ଲାଇଟ୍ ପଠାଅ ।
କ୍ରୀଡା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଓସିଏର ସମ୍ପାଦକ ତାଙ୍କର ସୋସିଆଲ ମିଡ଼ିଆ ଖେଳାଇବା ଆବଶ୍ୟକ । ପରିଚାଳନା କମିଟିର ଦୋଷ ଥିଲା ବୋଲି ସୂଚନା ମିଳିଛି । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଆଗରୁ କେଉଁ ଷ୍ଟାଡିୟମରେ ଲାଇଟ୍ ନେଇ ଏଭଳି ସମସ୍ୟା ହୋଇନାହିଁ । ଭାରତୀୟ ଟିମ୍ ପାକିସ୍ତାନ ଖେଳିବାକୁ ଯିବେ ନାହିଁ । ଅନେକ ଭାରତୀୟ କ୍ରିକେଟ ପ୍ରଂଶସକ ପାକିସ୍ତାନକୁ ଟ୍ରୋଲ କରୁଛନ୍ତି । ଫ୍ୟାନ୍ସମାନେ ମଧ୍ୟ ଅନେକ କଥା କହୁଛନ୍ତି । ଭାରତୀୟ ଜନତା ପାର୍ଟି ଆସିବା ପରେ ଏଭଳି କିଛି ହୋଇଥିଲା ।
ରାଜ୍ୟପାଳଙ୍କ ପୁଅ ଜଣେ କର୍ମଚାରୀଙ୍କୁ ମାଡ ମାରିଲେ ଏଭଳି ଅନେକ କଥା ଭାରତୀୟ ଜନତା ପାର୍ଟି ଆସିବା ପରେ ହୋଇଛି । ଷ୍ଟାଡିୟମରେ କୌଣସି ତ୍ରୁଟି ନାହିଁ ବୋଲି ମୋହନ ସରକାର କହିଥିଲେ କିନ୍ତୁ ଏବେ ଏଭଳି ତ୍ରୁଟି ପାଇଁ ଏବେ ଜବାବ ମଗା ଯାଇଛି । ୧୦ ଦିନ ଭିତରେ ଏହିସବୁର ଜବାବ ଦେବାକୁ ବିସିସିଆଇ କହିଛି । ଏବେ ଏହି ଖବର ଆସିବା ପରେ ଅନେକ କଥା ଆସୁଛି । ବିସିସିଆଇ ଖେଳ କରିଲେ ଏଭଳି ହେବା ଠିକ୍ ନୁହେଁ ।ବିଜେପି ସରକାର ଆସିବା ପରେ ଏଭଳି ହୋଇଛି ବୋଲି ଚର୍ଚ୍ଚା ହେଉଛି ।