କୁଆଡେ ଗଲା "କବଚ"? କାହିଁକି ଏତେ ବଡ଼ ଦୁର୍ଘଟଣାରୁ କରିପାରିଲାନି ରକ୍ଷା, ଜାଣନ୍ତୁ ପୂରା ଖବର

 
Kavach

ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ୨୭୦ ରୁ ଅଧିକ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ହଜ଼ାର ହଜ଼ାର ଆହତ ମଧ୍ୟ ହୋଇଛନ୍ତି। ତେବେ, ସାରା ଦେଶ ଏହି ଦୁର୍ଘଟଣାର ଶୋକରେ ବୁଡ଼ି ରହିଥିବା ବେଳେ ଏବେ ଏଥିନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି।

Accident

ସବୁଠାରୁ ମୁଖ୍ୟ କଥା ହେଉଛି ମାତ୍ର କିଛି ମାସ ତଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯେଉଁ 'କବଚ' ଟେକନିକ୍ ବିଷୟରେ କହିଥିଲେ। ସେହି ଟେକନିକ୍ କରମଣ୍ଡଳ ଏକ୍ସପ୍ରେସକୁ କିପରି ବଞ୍ଚାଇ ପାରିଲା ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛି। ଭାରତର ଟ୍ରେନ ଗୁଡିକରେ ନୂଆକରି ବ୍ୟବହାର କରାଯାଉଥିବା 'କବଚ' ଏପରି ଏକ ଟେକନିକ୍ ଯାହାକି ଦୁର୍ଘଟଣାକୁ ରୋକିବାରେ ସକ୍ଷମ ହୋଇଥାଏ।

Kavach

ପ୍ରକୃତରେ ଯଦି ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବାକୁ ଯାଉଥିବ ତେବେ ଏକ ନିର୍ଦ୍ଧିଷ୍ଟ ଦୂରତାରେ 'କବଚ' ଉଭୟ ଟ୍ରେନର ବ୍ରେକିଂ ସିଷ୍ଟମକୁ ଆକ୍ଟିଭ୍ କରିଦେବ। ସେହିଭଳି ଭାବରେ ଯଦି ଏକ ଟ୍ରେନ ଅନ୍ୟ ଟ୍ରେନକୁ ପଛପଟୁ ଧକ୍କା ଦେବାକୁ ଯାଉଥିବ ତେବେ 'କବଚ' ମାଧ୍ୟମରେ ପଛରୁ ଆସୁଥିବା ଟ୍ରେନ ସ୍ୱୟଂଚାଳିତ ଭାବରେ ନିଜର ବ୍ରେକ୍ ଲଗାଇବାରେ ସଫଳ ହେବ। ତେବେ, ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଉଭୟ ଯାତ୍ରୀବାହୀ ଟ୍ରେନରେ ଏହି 'କବଚ' ସୁବିଧା ପ୍ରୟୋଗ କରାଯାଇନଥିଲା।