ଏପଟେ ଶପଥ ସମାରୋହ ଚାଲିଥିବା ବେଳେ ସେପଟେ ଆତଙ୍କବାଦୀ ଆକ୍ରମଣ, ୧୦ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ପୁରା ଖବର

 
Sapath

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଦିଲ୍ଲୀରେ ଚାଲିଥିବାବେଳେ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଉଥିବା ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ଖବର ରହିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

Atanki

ପ୍ରାରମ୍ଭିକ ଖବର ଅନୁଯାୟୀ, ଆତଙ୍କବାଦୀମାନେ ବସ୍ ଉପରେ ଗୁଳି ଚଳାଇଥିଲେ, ପରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁହାଯାଉଛି ଯେ ଏହି ବସ୍ ଜିଲ୍ଲାର ଶିବ ଖୋଦୀ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ଆକ୍ରମଣ ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଭକ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହ ଆତଙ୍କବାଦୀଙ୍କ ସନ୍ଧାନରେ ଭାରତୀୟ ସେନା, CRPF, ଜାମ୍ମୁ କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Atanki

ଅନ୍ୟପଟେ ଆଜି ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିବା ସହ ସେଗୁଡ଼ିକୁ ନଷ୍ଟ କରିଛନ୍ତି । ଖବର ପାଇ କାକାପୋରାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି) କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୧୮୩ ବିଏନ୍ ର ଯବାନଙ୍କୁ ନେଇ ନିହାମା ଗାଁରେ ପହଞ୍ଚିଥିଲା।

ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ସିଲ୍ କରି ସେଠାରେ ଥିବା ଏକ ବଗିଚାରେ ଖୋଳିବା ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌ସ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ।