ମନ୍ତ୍ରୀମଣ୍ଡଳ ପୁନର୍ଗଠନ: ଗୋଟିଏ ଫୋନ କଲ୍ ରେ ଇସ୍ତଫା ଦେଇଦେଲେ ୧୧ ମନ୍ତ୍ରୀ, କିଏ ଓ କଣ କହିଥିଲେ ଫୋନରେ? ଜାଣନ୍ତୁ

 
India ministers change

ବହୁପ୍ରତିକ୍ଷିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ପୁନର୍ଗଠନ ଏବଂ ମନ୍ତ୍ରୀପଦର ସମ୍ପ୍ରସାରଣ ବୁଧବାର ବିଳମ୍ବିତ ରାତିରେ ସଂପନ୍ନ ହୋଇଛି। ଏପରିକି ରାତି ରାତି ରହି ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପ୍ରକ୍ରିୟା ମଧ୍ୟ ଶେଷ କରି ଦିଆଯାଇଛି। ତେବେ ଏଥର ମନ୍ତ୍ରୀମଣ୍ଡଳରେ ୩୬ ନୂଆ ଚେହେରା ଦେଖିବାକୁ ମିଳିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କାନୁନ ଭାର ସମ୍ଭାଳୁଥିବା ରବି ଶଙ୍କର ପ୍ରସାଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ମୋଟ ୧୨ ମନ୍ତ୍ରୀଙ୍କୁ ଏହି ନୂଆ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି।

ସନ୍ଧ୍ୟାରେ କ୍ୟାବିନେଟ ପୁନର୍ଗଠନ ପୂର୍ବରୁ ବୁଧବାର ଇସ୍ତଫା ଦେଇଥିବା ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ହର୍ଷ ବର୍ଦ୍ଧନ, ରମେଶ ପୋଖ୍ରିଆଲ ନିଶଙ୍କ ଭଳି ବଡ଼ ବଡ଼ ନାମ ସାମିଲ ରହିଥିଲା। କୁହାଯାଉଛି ଯେ ବିଜେପି ସଭାପତି ଜେପି ନଡ୍ଡା ନୂଆ ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ ଏହି ସମସ୍ତ ମନ୍ତ୍ରୀଙ୍କୁ ଫୋନ କରି ନିଜର ଇସ୍ତଫା ପତ୍ର ଦେବାକୁ କହିଥିଲେ। ଫଳରେ ମାତ୍ର ଗୋଟିଏ ଫୋନ କଲରେ ଏହି ବଡ଼ ବଡ଼ ନେତାମାନେ ନିଜ ପଦରୁ ଇସ୍ତଫା ଦେଇଥିଲେ।

କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇଥିବା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନିଜର ଖରାପ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ତେବେ ଇସ୍ତଫା ଦେଇଥିବା ୧୨ ମନ୍ତ୍ରୀଙ୍କ ମଧ୍ୟରେ ଡ଼.ହର୍ଷବର୍ଦ୍ଧନ, ପ୍ରକାଶ ଜଭଡ଼େକର, ରମେଶ ପୋଖରିୟାଲ ନିଶଙ୍କ,ରବିଶଙ୍କର ପ୍ରସାଦ,ସଦାନନ୍ଦ ଗୌଡ଼ା, ସନ୍ତୋଷ ଗଙ୍ଗୱାର,ବାବୁଲ ସୁପ୍ରିୟୋ, ଥାୱରଚାନ୍ଦ ଗେହେଲେଟ,ସଞ୍ଜୟ ଧୋତ୍ରେ,ଦେବଶ୍ରୀ ଚୌଧୁରୀ,ରତନଲାଲ କଟାରିୟାଙ୍କ ସମେତ ରାଜ୍ୟ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ ପ୍ରତାପ ସଢଙ୍ଗୀ ମଧ୍ୟ ସାମିଲ ରହିଛନ୍ତି।