କରୋନା ଓ ଓମିକ୍ରନକୁ ନେଇ ବଡ଼ ଆଶ୍ୱସ୍ତିକର ଖୁଲାସା, ମଣିଷ ଜାତି ପାଇଁ ବରଦାନ ସାଜିବ ଓମିକ୍ରନ, ଜାଣନ୍ତୁ କେମିତି

 
Corona

ପୁଣିଥରେ କାୟା ବିସ୍ତାର କରିବାକୁ ଲାଗିଲାଣି କରୋନା। କରୋନା ଭାଇରସର ନୂଆ ରୂପ ଓମିକ୍ରନ୍ ଅଧିକ ସଂକ୍ରାମକ ହେବ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ସତ ସାବ୍ୟସ୍ତ ହେଉଛି। ସାରା ବିଶ୍ୱରେ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଏହାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଓମିକ୍ରନ୍ ଏହି ମହାମାରୀର ଅନ୍ତ ଘଟାଇବ ବୋଲି ଆମେରିକାର କିଛି ବିଶେଷଜ୍ଞ ମତ ପୋଷଣ କରିଛନ୍ତି।

Omicron

ଆମେରିକାର 'ୟେଲ୍' ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାଇ ଓମିକ୍ରନ୍ ଆଗକୁ ଏକ ପ୍ରାକୃତିକ ଟୀକା ଭାବରେ କାମ କରିପାରେ। ଏପରି ହେଲେ କରୋନାର ଏହି ରୂପ ହିଁ ଏହାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି। ବିଗତ ଦୁଇ ବର୍ଷ ମଧ୍ୟରେ କରୋନାର ଏକାଧିକ ଭାରିଆଣ୍ଟ ବିକଶିତ ହୋଇଥିବା ବେଳେ ସବୁ ଭାରିଆଣ୍ଟ ଅଧିକରୁ ଅଧିକ ଶକ୍ତିଶାଳୀ ଭୟଙ୍କର ସାବ୍ୟସ୍ତ ହୋଇଥିଲା।

Yale university

କିନ୍ତୁ, ଓମିକ୍ରନ୍ ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଓମିକ୍ରନ୍ ଡେ଼ଲ୍ଟା ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ହେଁ ଏହା ମଣିଷକୁ ଅଧିକ ଗୁରୁତର କରାଉନାହିଁ। ତେଣୁ, ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ଚଳିତବର୍ଷ ଶେଷ ସୁଦ୍ଧା ଏହା ଡେଲ୍ଟା ଭ୍ୟାରିଆଣ୍ଟର ସ୍ଥାନ ନେଇଗଲେ ମହାମାରୀ ଶେଷ ହୋଇଯିବ। ଏଥିସହିତ, ସମସ୍ତେ କୋଭିଡ଼ ନିୟମ ପାଳନ କରିବା ସହିତ ଟୀକା ନେଲେ ହିଁ ଏପରି ସମ୍ଭବ ହୋଇପାରିବ ବୋଲି କୁହାଯାଉଛି।