ଦେଖନ୍ତୁ ଭିଡ଼ିଓ: ଛି! ଏମିତି ଇସ୍ତ୍ରି କେବେ ଦେଖିନଥିବେ, ପାଟିର କୁଳା ପାଣିରେ ଚାଲିଛି କପଡା ଇସ୍ତ୍ରି, ଭିଡ଼ିଓ ଭାଇରାଲ

 
Iron

ଭଲ ଢଙ୍ଗର କପଡା ପିନ୍ଧିବା ପାଇଁ ସାଧାରଣତଃ ଲୋକେ ଇସ୍ତ୍ରି କରିବା ପାଇଁ ପଠାଇ ଦେଇଥାନ୍ତି। ଇସ୍ତ୍ରି କରିବା ପାଇଁ ଲୋକେ ଏହା ଉପରେ ପାଣି ଛିଞ୍ଚୁଥିବାର ମଧ୍ୟ ଆପଣ ଦେଖିବାକୁ ପାଇଥିବେ। କିନ୍ତୁ, ଏବେ ଇସ୍ତ୍ରି କରିବାର ଏକ ଅଜବ ଉପାୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ, ଭିଡ଼ିଓଟିରେ ଥିବା ବୃଦ୍ଧ ଜଣକ କିଛି ଏପରି କରୁଛନ୍ତି ଯାହାକୁ ଘୃଣା କରୁଛନ୍ତି।

ପ୍ରକୃତରେ ଇସ୍ତ୍ରି କରିବା ସମୟରେ ଲୋକେ ହାତରେ କିମ୍ବା ସ୍ପ୍ରେୟାର ସାହାଯ୍ୟରେ ପାଣି ଛିଞ୍ଚୀଥାନ୍ତି। କିନ୍ତୁ, ଏଠାରେ ବୃଦ୍ଧ ଜଣକ ନିଜ ପାଟିରେ ପାଣି କୁଳା କରି ଛିଞ୍ଚୁଥିବା ଦେଖିବାକୁ ମିଳୁଛି। ବୃଦ୍ଧ ଜଣକ ପାଟିରେ ପାଣି ପୁରାଇ ବାରମ୍ବାର କୁଳା କରି କପଡା ଉପରେ ପକାଉଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ବର୍ତ୍ତମାନ ମଧ୍ୟ କରୋନା ଭୂତାଣୁକୁ ନେଇ ସରକାର ଲୋକଙ୍କୁ ସତର୍କ କରାଉଥିବା ବେଳେ କିଛି ଲୋକଙ୍କର ଏଭଳି କାର୍ଯ୍ୟ ଅସନ୍ତୋଷ ସୃଷ୍ଟି କରୁଛି। ଏପରିକି ସେ ପାଟିରେ ପାଣି ପୁରାଉଥିବାରୁ ଏହାକୁ ଅଇଁଠା ଭାବରେ ଗ୍ରହଣ କରାଯିବ। ତେଣୁ, ସେହି କପଡାକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଲୋକେ କହିଛନ୍ତି। ତେବେ, ଏହି ଘଟଣାଟି କେଉଁଠାରେ ଘଟିଛି ସେଥିନେଇ କିଛି ସୂଚନା ମିଳିପାରିନାହିଁ।