ଯାଇଥିଲେ ବୁଲିବାକୁ ହାଇଦ୍ରାବାଦ ରେଳଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ, ଦେଖନ୍ତୁ ଭାଇରାଲ ଭିଡ଼ିଓ

 
Live suicide

ଦାଦାଙ୍କ ପାଖକୁ ହାଇଦ୍ରାବାଦ ବୁଲିବାକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିଲେନି ବୁଲୁ। ରବିବାର ଦିନ ଜନ ଗହଳିପୂର୍ଣ୍ଣ ହାଇଦ୍ରାବାଦ ରେଳ ଷ୍ଟେସନରେ ବୁଲୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ, ଏହି ଦୁର୍ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Bulu

ବାଲେଶ୍ଵର ଜିଲ୍ଲା ଖାଇରା ଥାନା ଅନ୍ତର୍ଗତ ବଟେଶ୍ୱର ଗ୍ରାମର ଅନିରୁଦ୍ଧ ବେହେରାଙ୍କ ବଡ଼ପୁଅ ବୁଲୁ(୨୪) ତିନି ଦିନ ତଳେ ହାଇଦ୍ରାବାଦ ନିଜ ମାମୁଁଙ୍କ ପାଖକୁ ବୁଲିବାକୁ ଯାଇଥିଲେ। କିନ୍ତୁ, ରବିବାର ଦିନ ହଠାତ ସେ ସେଠାକାର ରେଲୱେ ଷ୍ଟେସନକୁ ଯାଇ ଟ୍ରେନ ଆଗରେ ଛିଡ଼ା ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ବୁଲୁଙ୍କର ମୃତ୍ୟୁ ହୋଇଯାଇଥିଲା। ଦେଖନ୍ତୁ ଭିଡ଼ିଓ:-

ତେବେ,କଣ ପାଇଁ ଏବଂ କେଉଁ ପରିସ୍ଥିତିରେ ବୁଲୁ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି ସେଥିନେଇ ପ୍ରଶ୍ନ ଉଠିଛି। ଘଟଣା ଦିନ ଷ୍ଟେସନରେ ଉପସ୍ଥିତ ଥିବା ଲୋକେ ବହୁ ଚେଷ୍ଟା କରିଥିଲେ ହେଁ ବୁଲୁଙ୍କୁ ବଞ୍ଚାଇ ପାରିନଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଅର ଏଭଳି ଦୁର୍ଘଟଣା ବିଷୟରେ ଜାଣି ତାଙ୍କ ବାପା, ମାଆ ହାଇଦ୍ରାବାଦ ଆସିଥିବା ଜଣାଯାଇଛି।