ଫୁଡ୍ ଡେଲିଭେରୀ ପରେ ପାଣି ମାଗିଲେ, ମହିଳାଙ୍କ ପଛେ ପଛେ କିଚେନକୁ ପଳେଇ କଲେ ମନଇଚ୍ଛା, ତାପରେ ଯାହା କଲେ ଜାଣନ୍ତୁ ପୁରା ଘଟଣା

 
Delivery boy

ଯଦି ଆପଣ ବି ଅନେକ ସମୟରେ ବାହାରୁ ଖାଦ୍ୟ ମଗଉଛନ୍ତି ତେବେ ଏହି ନିଉଜ୍ ଟି ଆପଣଙ୍କ ପାଇଁ । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । କୌଣସି ବିପଦ କେବେ ପୂର୍ବ ସୂଚନା ଦେଇ ଆଦି ନ ଥାଏ । ତେବେ ଆମକୁ ପ୍ରତି ମୁହୂର୍ତ୍ତରେ ସତର୍କ ରହିବାକୁ ପଡିଥାଏ । ବିଶେଷ କରି ଅଜଣା ବ୍ୟକ୍ତି ମାନଙ୍କ ପାଖରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

delivery boy

ବେଙ୍ଗାଲୁରୁ ସହରରେ ଏମିତି କିଛି କାଣ୍ଡ ଘଟାଇଛି ଡେଲିଭରି ବୟ । ଏପରି ଗୋଟିଏ ଗୋଟିଏ ଘଟଣା ଯାହାକି ମଣିଷର ମଣିଷ ଉପରୁ ବିଶ୍ବାସ ଉଠାଇବାକୁ ବାଧ୍ୟ କରୁଛି । ସେଠାରେ ଜଣେ ୩୦ ବର୍ଷୀୟ ମହିଳା ଯେ କି ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି ଅନଲାଇନ୍ ରୁ ନିଜ ପାଇଁ କିଛି ଖାଦ୍ୟ ଅର୍ଡର୍ କରିଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଡେଲିଭରି ବୟ ଖାଦ୍ୟ ନେଇ ତାଙ୍କ ନିକଟରେ ପହଞ୍ଚାଇଥିଲେ । ଡେଲିଭରି ବୟ ଜଣଙ୍କ କଲିଙ୍ଗ ବେଲ୍ ବଜାଇବାରୁ ମହିଳା ଜଣଙ୍କ ଡୋର୍ ଖୋଲିଥିଲେ । 

ମାନବିକତା ଦୃଷ୍ଟିରୁ ତାଙ୍କୁ ପାଣି ପିଇବାକୁ ଘରକୁ ଡାକିଥିଲେ । ଏବଂ ସେ ଘରକୁ ମଧ୍ୟ ଯାଇଥିଲେ । ପାଣି ପିଇବା ପରେ ସେ ମହିଳା ଜଣଙ୍କୁ ତାଙ୍କ ବାଥରୁମ୍ ୟୁଜ୍ କରିବାକୁ ପଚାରିଥିଲେ । ଏହା ପରେ ମହିଳା ଜଣକ ଯୁବକ ଜଣଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ବାଥରୁମ ଦେଖାଇଥିଲେ । ଡେଲିଭରି ବୟ ଜଣଙ୍କ ବାଥରୁମ୍ ରୁ ଆସିବା ପରେ ଘରେ କେହି ନ ଥିବା ଦେଖି ମହିଳାଙ୍କୁ ଅସଦାଚରଣ କରିଥିଲେ । 

ଏହା ପରେ ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସନ୍ଧାନରୁ ଯୁବକ ଜଣଙ୍କ ଚିହ୍ନା ପଡିଛନ୍ତି ହେଲେ ପୋଲିସ୍ ଏ ପର୍ଯ୍ୟନ୍ତ ଯୁବକ ଜଣଙ୍କୁ ଗିରଫ କରି ପାରି ନାହିଁ । ସୂଚନା ଅନୁସାରେ ଖୁବ୍ ଶୀଘ୍ର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବ ।