ଆସୁଛି ନୂଆ ନିୟମ, ଆଉ ମାଗଣାରେ ଚଲାଇ ପାରିବେନି ଫେସବୁକ ଇନଷ୍ଟା, ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ ମାସକୁ

 
Fb insta

ଆଜିକା ଦିନରେ ସମସ୍ତେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି। ବିଶ୍ୱର ଅନେକ ଲୋକ ଏଥିରୁ ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ଏବେ ମେଟା ଏହି ଦୁଇଟି ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କଠାରୁ ମାସିକ ଟଙ୍କା ନେବାକୁ ଯାଉଛି। ଏପର୍ଯ୍ୟନ୍ତ ଭାରତରେ ଏଗୁଡ଼ିକୁ ବ୍ୟବହାର କରିବା ପାଇଁ କୌଣସି ଶୁଳ୍କ ଲାଗୁ କରାଯାଇ ନାହିଁ। କିନ୍ତୁ ମେଟା ଏବେ ଏକ ନୂତନ ରୁଲ୍ ଆଣିବାକୁ ଚିନ୍ତା କରୁଛି। ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବା ପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିପାରେ।

ମାସକୁ ୧୪ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୧୧୯୦ ଟଙ୍କା ଦେବେ ୟୁଜର୍ସ । ସାଧାରଣ ୟୁଜର୍ସଙ୍କ ଲାଗି ଏହି ଚାର୍ଜ ଲାଗୁ ହେବନାହିଁ । ଯେଉଁମାନେ ବିଜ୍ଞାପନ ବିନା ଫେସବୁକ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚାର୍ଜ ଦେବାକୁ ପଡ଼ିବ । ମିଳିଥିବା ରିପୋର୍ଟ ଅନୁସାରେ, ମେଟା କମ୍ବୋ ଅଫର ଆଣିପାରେ । ଉଭୟ ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ ବିଜ୍ଞାପନ ବିନା ଚଲାଇବାକୁ ହେଲେ ୟୁଜରଙ୍କୁ ମାସକୁ ୧୭ ଡଲାର ବା ୧୪୪୫ ଟଙ୍କା ଦେବାକୁ ପଡ଼ିବ । କେବଳ ଡେସ୍କଟପରେ ହିଁ ଏହି ସୁବିଧା ଉପଲବ୍ଧ ହେବ । 

Fb insta

ୟୁରୋପୀୟ ଦେଶମାନେ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ମେଟା ଭଳି ପ୍ଲାଟଫର୍ମଗୁଡ଼ିକୁ ବାରମ୍ବାର ଚେତାବନୀ ଦେଉଛନ୍ତି । ବିଜ୍ଞାପନରୁ ବିଲିୟନ ବିଲିୟନ ଡଲାର ଲାଭ କରୁଥିବା ମେଟା ଭଳି କମ୍ପାନି ଏବେ ସେହି ସବୁ ଦେଶରେ ଆଡ୍‌ ଫ୍ରି ବା ବିନା ବିଜ୍ଞାପନରେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଫିଚର ଆଣିବାକୁ ଯାଉଛି  । ହେଲେ ଏଥିପାଇଁ ୟୁଜର୍ସଙ୍କୁ ମାସିକ ଚାର୍ଜ ଦେବାକୁ ପଡ଼ିବ । 

ୟୁରୋପୀୟ ସଂଘ ବ୍ୟତୀତ ଆମେରିକା ମଧ୍ୟ ନର୍ଦ୍ଦିଷ୍ଟ ବିଜ୍ଞାପନ ଦେଖାଇବା ବନ୍ଦ କରିବ ଦରକାର ବୋଲି ମେଟାକୁ ପରାମର୍ଶ ଦେଇଛି । ଏଭଳି ସ୍ଥିତିରେ ମେଟା ୟୁଜର୍ସଙ୍କ ବିନା ଅନୁମତିରେ ନିର୍ଦ୍ଦିଷ୍ଟ ବିଜ୍ଞାପନ ଦେଖାଇବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଫି’ ଆଦାୟ କରିବାକୁ ଯୋଜନା କରିଛି । ଏହା ପୂର୍ବରୁ ୨୦୨୩ରେ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାସିକ ଚାର୍ଜ ସଂପର୍କରେ ଘୋଷଣା କରିଥିଲେ । ଆଉ ଏବେ ୟୁରୋପରେ ‘ସବସ୍କ୍ରିପ୍ସନ ନୋ ଆଡ୍‌’ (ଏସଏନଏ) ମଡେଲ୍‌ ଲଞ୍ଚ କରିବାକୁ ଯାଉଛି ମେଟା ।