ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ପରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ବଡ଼ ଘୋଷଣା

 
Modi
ପ୍ରଭୁ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମାପ୍ତି ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଶୁଣିବାକୁ ମିଳିଥିଲା ଏପରି କିଛି ଭାବ ବିହ୍ୱଳ କଥା । ଜନ ଗହଳିକୁ ଶୁଭେଚ୍ଛା ଜଣାଇ ମୋଦୀ ଆରମ୍ଭ କରିଥିଲେ ତାଙ୍କର ଆଲୋଚନା । କଥା ଗୁଡ଼ିକ କହିବା ସମୟରେ ମୋଦି ଯେପରି ଭାବ ବିହ୍ୱଳ ହୋଇ ଉଠୁଥାନ୍ତି ।

R

ସରି ଯାଇଛି ପ୍ରାଣ ପ୍ରତିଷ୍ଠାର ଉତ୍ସବ । ବହୁ ସଙ୍ଘର୍ଷ ବହୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଗତ ଜାନୁୟାରୀ ୨୨ ତାରିଖରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରାଣ ପ୍ରତିଷ୍ଠାର ଉତ୍ସବ ସମାପନ ହୋଇଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଦିନ ଭାରତର କୋଣ ଅନୁକୋଣରେ ଯେଉଁ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥିଲା ତାହା ହୁଏ ତ ଶବ୍ଦରେ କହିବା ଅସମ୍ଭବ । ଏପରି ଏକ ମୁହୂର୍ତ୍ତ ଯାହାକୁ କେବଳ ଅନୁଭବ ହିଁ କରିହୁଏ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ କରି ମୋଦୀ ଯେତେବେଳେ ନିଜର ଭାଷଣ ଆରମ୍ଭ କରିଥିଲେ ସେହି ସମୟରେ ତାଙ୍କର ପ୍ରତିଟି କଥାରୁ ଭକ୍ତିର ଭାବ ଜଣା ପଡୁଥିଲା ।

ମୋଦି କହୁଥିଲେ ଏଣିକି ଆମ ରାମ ଲଲା ଆଉ ଟେଣ୍ଡ ଘରେ ରହିବେନି । ଭବ୍ୟ ମନ୍ଦିରରେ ରହିବେ । ସେ ଆହୁରି ମଧ୍ୟ କହିଥିଲେ ଜାନୁୟାରୀ ୨୨ ତାରିଖ ୨୦୨୪ ମସିହା ଏକ ସାଧାରଣ ସମୟ ନୁହେଁ । ଏହା ଏକ ନୂଆ ଅଧ୍ୟାୟର ଆରମ୍ଭ ।