​​"ଆଉ ଟିକେ ନାଲି ଚଟଣୀ ଦିଅ!." କହିବାରୁ ଗ୍ରାହକଙ୍କ ମୁହଁରେ ଛୁରୀ ଭୁଷିଲେ ଦୋକାନୀ, ଜାଣନ୍ତୁ ପୁରା ଖବର

 
Momo
ମୋମୋ ଚଟଣୀ ପାଇଁ ଗ୍ରାହକଙ୍କୁ ଛୁରା ମାଡ କଲେ ଦୋକାନୀ । ନାଲି ଚଟଣୀ ମାଗିବା ଗ୍ରାହକଙ୍କୁ ପଡ଼ିଲା ଭାରି । ଚଟଣୀ ଖାଇବାକୁ ମାଗିବାରୁ ଦୋକାନୀ ଚଟଣୀ ବଦଳରେ ଗ୍ରାହକଙ୍କ ମୁହଁରେ ଛୁରୀ ପସାଇ ଦେଇଥିଲା ।

M

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ବିଶ୍ୱାସ ନଗର ନିକଟରେ ଥିବା ଭିକମ୍ ସିଂହ କଲୋନୀରେ । ଏଠାରେ ଏକ ମୋମୋ ଦୋକାନୀ ଜଣେ ଗ୍ରାହକଙ୍କୁ ଛୁରା ମାଡ କରିଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଘଟଣା ଅନୁସାରେ ଗ୍ରାହକ ଜଣକ ମୋମୋ ଖାଇବା ସମୟରେ ଲାଲ ଚଟଣୀ ମାଗିଥିଲେ । ଏ ନେଇ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯେଉଁଥିରେ ଦୋକାନୀ ରାଗି ଯାଇ ଗ୍ରାହକ ମୁହଁକୁ ୪ ଥର ଛୁରା ମାଡ କରିଥିଲା ।

ଯାହା ପରେ ସେଠାରୁ ଫେରାର ହୋଇ ଯାଇଥିଲା ଦୋକାନୀ ଟି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା - ୩୦୭ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି ।